The Topmost

“The eyes believe themselves, the ears believe other people.”

ଆତଙ୍କୀଙ୍କୁ ଧରିବାକୁ ସେନାର ଜୋରଦାର ଅପରେସନ୍

ଜାମ୍ମୁ କାଶ୍ମୀର ପୁଞ୍ଚରେ ଆତଙ୍କବାଦୀଙ୍କୁ ଧରିବାକୁ ସେନାର ସର୍ଚ୍ଚ ଅପରେସନ୍ ଜୋରଦାର । ସୁରକ୍ଷା କାରଣକୁ ନେଇ ମୋବାଇଲ ଓ ଇଣ୍ଚରନେଟ୍ ସେବା ବନ୍ଦ କରି ଦିଆଯାଇଛି । ହେଲିକପ୍ଟର ଓ ଡ୍ରୋନ ସହାୟତାରେ ଚାଲିଛି ସର୍ଚ୍ଚ ଅପରେସନ । ରାଜୌରୀ ଜିଲ୍ଲାର ପୁଞ୍ଚ ଅଂଚଳରେ ସେନାର ଯବାନ ଚଳାଇଛନ୍ତି ଏହି ସର୍ଚ୍ଚ ଅପରେସନ । ଲଗାତର ୩ ଦିନ ହେଲାଣି ଚାଲିଛି ଅଭିଯାନ । ଗୁରୁବାର ଦିନ ଅପରାହ୍ନରେ ଆତଙ୍କୀ ଭାରତୀୟ ସେନାର ଯବାନଙ୍କ ଗାଡି ଉପରକୁ ହମଲା କରିଥିଲେ । ଏଥିରେ ୫ ଯବାନ ସହିଦ ହୋଇଛନ୍ତି । ୨ ଯବାନ ଆହତ ହୋଇଛନ୍ତି । ପୁଞ୍ଚ ଅଂଚ୍ଳର ଡେରା କି ଗଲି ଅଂଚଳରେ ଯାଉଥିବାବେଳେ ଆକ୍ରମଣର ଶିକାର ହୋଇଥିଲେ ଯବାନ । ସେନାର ଦୁଇ ଗାଡି ଉପରକୁ ଆକ୍ରମଣ କରିଥିଲେ ଆତଙ୍କୀ। ଏକ ବୁଲାଣି ରାସ୍ତାରେ ସେନାର ଗାଡି ଉପରକୁ ଆତଙ୍କୀ ଆଖିବୁଜା ଗୁଳିମାଡ଼ କରିଥିଲେ ।