The Topmost

“The eyes believe themselves, the ears believe other people.”

ପାକିସ୍ତାନରେ ଇଣ୍ଟରନେଟ୍ ସେବା ଠପ୍

ପାକିସ୍ତାନରେ ସୋସିଆଲ ମିଡିଆ ନିମ୍ନଗାମୀ ହୋଇଥିବାବେଳେ ଇଣ୍ଟରନେଟ୍ ସେବା ଠପ୍ ରହିଛି । କୁହାଯାଉଛି କି, ଏହା ପଛରେ ଦାଉଦ ଇବ୍ରାହିମର ହାତ ଥାଇପାରେ । ଏବେ କରାଚିର ଏକ ମେଡିକାଲରେ ଦାଉଦ ଚିକିତ୍ସିତ ହେଉଥିବା ଖବରକୁ ନେଇ ଗୁଜବ ପ୍ରଚାର ନହେଉ ଏହାକୁ ଦୃଷ୍ଟିରେ ରଖି ଏଭଳି କରାଯାଇଥିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସେପଟେ ସରକାରୀ ସୂତ୍ରରୁ କୁହାଯାଇଛି କି, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଖାନଙ୍କ ଭର୍ଚ୍ଚୁଆଲ ରାଲି ରହିଥିଲା । ଯାହାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବାକୁ ଜାଣିଶୁଣି ବନ୍ଦ ରଖାଯାଇଥିଲା । ରବିବାର ରାତିରେ ଏହି ରାଲି ରହିଥିବାବେଳେ ଜାଣିଶୁଣି ବନ୍ଦ ରଖାଯାଇଥିଲା । କିନ୍ତୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି କି, ଦାଉଦ ଇବ୍ରାହିମର ଖବର ପ୍ରଚାର ନହେବାକୁ ଏଭଳି କରାଯାଇଛି । ରବିବାରଠାରୁ ବହୁ ଗୁଜବ ମଧ୍ୟ ପାକିସ୍ତାନରେ ଦେଖିବାକୁ ମିଳିଥିଲା ।