The Topmost

“The eyes believe themselves, the ears believe other people.”

ଜୋରଦାର ହେଲା ମାଓ ନିପାତ ଅଭିଯାନ

ବୌଦ୍ଧରେ ଜୋରଦାର ହେଲା ମାଓ ନିପାତ ଅଭିଯାନ । ମାଓବାଦୀଙ୍କ ବିରୋଧରେ ବଡ଼ ଅପରେସନ । ଜଙ୍ଗଲରେ ଲାଲବାହିନୀକୁ ଘେରିବାକୁ ସ୍ପେଶାଲ ପ୍ଲାନ । ଗତକାଲି ମନମୁଣ୍ଡା ଥାନା ପେନାଜୋର ଜଙ୍ଗଲରେ ମାଓବାଦୀ ଓ SOG ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଆଜି ବୌଦ୍ଧ ଓ କନ୍ଧମାଳ ଉଭୟ ପଟୁ କୁମ୍ବିଂ ଅପରେସନ ଜାରି ରହିଛି । କନ୍ଧମାଳପଟୁ ୭ଟି ଓ ବୌଦ୍ଧପଟୁ ୫ଟି ଟିମ୍ ଅପରେସନରେ ସାମିଲ ହୋଇଛନ୍ତି । ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ବୌଦ୍ଧ ଏସପି ସୂଚନା ଦେଇଛନ୍ତି । ଗତକାଲି ଶଗଡା ଅଞ୍ଚଳର ନଳୀକୁପା ଗାଁ ପାଖ ପେନାଜୋର ଜଙ୍ଗଲରେ ମାଓବାଦୀ ଓ SOG ଯବାନଙ୍କ ମଧ୍ୟରେ ୨ଘଣ୍ଟାରୁ ଅଧିକ ସମୟ ଧରି ଗୁଳିବିନିମୟ ହୋଇଥିଲା । ଏଥିରେ ସୁରକ୍ଷା ବାହିନୀର କୌଣସି ଯବାନଙ୍କ ମୃତ୍ୟୁ ହୋଇନଥିବା ଏସପି ସୂଚନା ଦେଇଛନ୍ତି । ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁପା, ବଲମତୁମ୍ବା, ଅଡ଼ସିଂ ଓ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ମାଲାକିରା, ଗଙ୍ଗରମା ଓ କୁମ୍ଭାରୁଆ ଆଦି ଅଞ୍ଚଳରେ ମାଓ ଗତିବିଧି ରହିଥିବା ସୂଚନା ମିଳିଛି ।