ସାରା ରାଜ୍ୟରେ ଶୀତର ଲହରୀ । ୧୫ ଡିଗ୍ରୀ ତଳେ ୨୩ ସହରର ତାପମାତ୍ରା । ଦାରିଙ୍ଗବାଡିରେ ଏବେ ଶୀତର ରାଜୁତି ଦେଖିବାକୁ ମିଳିଛି । ପ୍ରବଳ ଶୀତ ସାଙ୍ଗକୁ କୁହୁଡି ପାଗ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଥିବା ବେଳେ କିନ୍ତୁ ପ୍ରକୃତିର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ । କନ୍ଧମାଳ ଜିଲ୍ଲାରେ ବିଳମ୍ଭରେ ଶୀତ ଛୁଇଁଥିବା ବେଳେ ଏବେ ଚାରି ଦିନରେ ପାରଦ ୫ ଡିଗ୍ରୀ ଖସିଥିବା ବେଳେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଏବେ ଦାରିଙ୍ଗବାଡିର ତାପମାତ୍ରା ୯.୫ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀର ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଜିଲ୍ଲାର ଅନ୍ୟ ସ୍ଥାନରେ ଘନ କୁହୁଡି ସାଙ୍ଗକୁ ଶୀତର ପ୍ରକୋପ ଅନୁଭୂତ ହେଉଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଗାମୀ ୭ ଦିନ ଯାଏଁ ପାଗ ଶୁଖିଲା ରହିବ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ