ସାକାର ହେଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ । ଆକାଶ ପଥରେ ଯୋଡିହେବ ମାଲକାନଗିରି । ଖୁବଶୀଘ୍ର ଜିଲ୍ଲାରୁ ଉଡିବ ବିମାନ । କମ ସମୟରେ ରାଜଧାନୀ ସହ ଅନ୍ୟ ରାଜ୍ୟକୁ ଯାତାୟତ କରିପାରିବେ ଜିଲ୍ଲାବାସୀ। ଜୋରସୋରରେ ଚାଲିଛି ମାଲକାନଗିରି ବିମାନବନ୍ଦର କାର୍ଯ୍ୟ । ଆଭିଏସନ୍ ଆଡଭାଇଜର ସୁରେଶ ଚନ୍ଦ୍ର ହୋତା ଏବଂ ବିମାନ ବନ୍ଦର ପ୍ରାଧିକରଣ ଏଜିଏମ ପ୍ରଦୀପ୍ତ କୁମାର ବେଜ ନିର୍ମାଣଧୀନ ଏଆରଷ୍ଟ୍ରିପର ନିରୀକ୍ଷଣ କରି ଫେରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ , ରାଜ୍ୟ ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଆଲୋକ କୁମାର ମହାନ୍ତି, ଜିଲ୍ଲା ପୂର୍ତ୍ତ ବିଭାଗ ଅଧିକ୍ଷକ ଯନ୍ତ୍ରୀ ନିହାର ରଞ୍ଜନ ବେହେରାଙ୍କ ଉପସ୍ଥିତରେ ମାଲକାନଗିରି ଏଆରଷ୍ଟ୍ରିପର ଅନୁଧ୍ୟାନ କରାଯାଇଛି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ