ଶୀତ ଋତୁ ଆସିବା ସହ ଥଣ୍ଡା କାଶ, ଜ୍ବର, ଭାଇରାଲ ଜ୍ବରରେ ଅଧିକାଂଶ ଆକ୍ରାନ୍ତ । ଆଉ ଏବେ ଏଥିରେ କୋରୋନା ବି ସାମିଲ ହୋଇଛି । ଏଠାରେ କୋରୋନା କତା ଏଥିପାଇଁ କୁହାୟାଉଛି ଯେ ଥଣ୍ଡା ଜ୍ବର ଓ କୋରୋନାର ଲକ୍ଷଣ ପ୍ରାୟତଃ ଏକା । ଏଥିପାଇଁ ଅଧିକାଂଶ ଲୋକେ ଜାଣିପାରୁ ନାହାନ୍ତି ଯେ ସେମାନଙ୍କୁ କୋରୋନା ହୋଇଛି ନା ସାଧାରଣ ଥଣ୍ଡାଜ୍ବର । ଆପଣ ବି ସେମିତି କିଛି ସମସ୍ୟା ଦେଇ ଗତି କରୁଛନ୍ତି କି ? କେମିତି ଜାଣିବେ ଲକ୍ଷଣ ? ଥଣ୍ଡା ଓ ଜ୍ବରର ଲକ୍ଷଣ ପ୍ରାୟତଃ ସମାନ ହୋଇଥାଏ । ଇନଫ୍ଲୁଏଞ୍ଜା ଭାଇରସ କାରଣରୁ ଲୋକଙ୍କୁ ସାଧାରଣତଃ କଫ ହୋଇଥାଏ । ବିଶେଷଜ୍ଞଙ୍କ କହିବାନୁସାରେ ଫ୍ଲୁ ବେଳେବେଳେ ମାରାତ୍ମକ ହୋଇପଡେ । ରୋଗୀଙ୍କ ଶରୀର ଏଥିରେ ପ୍ରଭାବିତ ହୁଏ । ଥଣ୍ଡା, ଜ୍ବର, ମୁଣ୍ଡବ୍ୟଥା, ମାଂସପେଶୀ ଦରଜ ଏସବୁ ଲକ୍ଷଣ ଦେଖାଦେଇଥାଏ । ସାଧାରଣ ଥଣ୍ଡା ହୋଇଥିଲେ ନାକରୁ ପାଣି ବାହାରିଥାଏ । ଅତ୍ୟଧିକ ଛିଙ୍କ ବା କାଶ ହୋଇଥାଏ । ଗଳା ଦରଜ ହେବା ସହ ନାକ ବି ବନ୍ଦ ହୋଇଯାଏ । ସେପଟେ କୋରୋନା ଲକ୍ଷଣରେ ଗଳା ଦରଜ, ନାକରୁ ପାଣି ବାହାରିବା, ମୁଣ୍ଡବ୍ୟଥା, ଥଣ୍ଡା, କ୍ଲାନ୍ତ, ସ୍ବାଦ ଓ ଗନ୍ଧ ଚାଲିଯାଇଥାଏ । ଏକ ପ୍ରକାର କହିବାକୁ ଗଲେ କୋରୋନାରେ ଥଣ୍ଡା ଓ ଫ୍ଲୁର ଲକ୍ଷଣ ଏକାଠି ଦେଖାଦେଇଥାଏ ।
“The eyes believe themselves, the ears believe other people.”
More Stories
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ
୭୬ ତମ ଗଣତନ୍ତ୍ର ଦିବସ