ଆଜି ଜେଲରୁ ମୁକୁଳିଲେ ହନିଟ୍ରାପ୍ କ୍ୱିନ୍ ଭାବେ ଜଣା ଅର୍ଚ୍ଚନା ନାଗ୍ । ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ ଆଜି ସେ ଝାରପଡା ଜେଲରୁ ମୁକୁଳିଛନ୍ତି । ତାଙ୍କୁ ଆଣିବାକୁ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ଯାଇଥିବା ଦେଖିବାକୁ ମିଳିଥିଲା । ଇଡି ମାମଲାରେ ତାଙ୍କୁ ହାଇକୋର୍ଟରୁ ତାଙ୍କୁ ଜାମିନ୍ ମିଳିଛି । ଇଡି ମାମଲାରେ ନୟାପଲ୍ଲୀ ଥାନା ଓ ଖଣ୍ଡଗିରି ଥାନା ମାମଲାରେ ମଧ୍ୟ ତାଙ୍କୁ ଜାମିନ୍ ମିଳିସାରିଛି । ତେବେ ମାମଲାର ସବୁ ତଥ୍ୟ ସେ ମାନ୍ୟବର କୋର୍ଟଙ୍କୁ ଦେବେ ଏବଂ ସେ ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଗଣମାଧ୍ୟମରେ କହିଛନ୍ତି ଅର୍ଚ୍ଚନା ନାଗ୍ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍