ଧିରେ ଧିରେ ବଢୁଛି ଶୀତର ପ୍ରଭାବ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଦୁଇ ତିନି ଡିଗ୍ରୀ ଖସିଛି । ଓଡ଼ିଶାରେ ଲାଗିରହିଥିବା କୋହଲା ପାଗ ଛାଡିବା ପରେ ଶୀତ ବଢିବାରେ ଲାଗିଛି । ୧୪ ତାରିଖ ବେଳକୁ ରାଜ୍ୟ ଅଧିକାଂଶ ସହରର ତାପମାତ୍ରା ୧୫ ଡିଗ୍ରୀକୁ ଖସିବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । କୋରାପୁଟରେ ରାତି ତାପମାତ୍ରା ୯ ଡ୍ରିଗ୍ରୀକୁ ଖସିଆସିବ ବୋଲି ଆକଳନ କରାଯାଇଛି । ତେବେ ରାଜ୍ୟରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୧ ଦଶମିକ ୩ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୧୧ ଦଶମିକ ୫, ବାରିପଦାରେ ୧୪ ଦଶମିକ ୨, ଦାରିଙ୍ଗବାଡିରେ ୧୨ ଦଶମିକ ୫, ରାଉରକେଲାରେ ୧୩ ଦଶମିକ ୩, ଝାରସୁଗୁଡାରେ ୧୩ ଦଶମିକ ୨, ଫୁଲବାଣୀରେ ୧୪ ଦଶମିକ ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା