ସଂସଦ ଭବନ ସାମ୍ନାରେ ସାଂସଦଙ୍କ ସହ ଜେ.ପି ନଡ୍ଡାଙ୍କ ପ୍ରତିବାଦ

କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଲିଙ୍କରୁ ୪୦୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ପ୍ରତିବାଦ କରିଛି ବିଜେପି । ସଂସଦ ଭବନ ସମ୍ମୁଖରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବିଜେପି ସାଂସଦମାନେ ଗାନ୍ଧୀମୂର୍ତି ତଳେ ଆନ୍ଦୋଳନ କରିଛନ୍ତି । ଦୁର୍ନୀତି, ଭ୍ରଷ୍ଟାଚାର ପାଇଁ କଂଗ୍ରେସକୁ ଲୋକେ ଜାଣିଛନ୍ତି । ଯାହାର ପ୍ରମାଣ ଏବେ ମଧ୍ୟ ଦେଖିବାକୁ ମିଳୁଛି । ଗରିବ ଲୋକଙ୍କ ଠାରୁ ଲୁଟ କରି କୋଟି କୋଟି ଟଙ୍କା କଂଗ୍ରେସ ନେତାମାନେ ରଖିଛନ୍ତି ବୋଲି କହିଛନ୍ତି ଜେ.ପି ନଡ୍ଡା । ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରି ନଡ୍ଡା କହିଛନ୍ତି, ତଦନ୍ତକାରୀ ସଂସ୍ଥା କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଉଥିବା ନେତା ଏବେ ଧୀରଜ ସାହୁଙ୍କ ମାମଲାରେ କାହିଁକି ଚୁପ୍ ବସିଛନ୍ତି?

SHARE BY