ଭୁବନେଶ୍ୱରରେ ଆୟୋଜିତ ହୋଇଛି ୨ ଦିନିଆ ଭିଣ୍ଟେଜ୍ କାର ପ୍ରଦର୍ଶନୀ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଭାରତର ବିଭିନ୍ନ ସ୍ଥାନରୁ ପୁନରୁଦ୍ଧାର କରାଯାଇଥିବା ୫୨ଟି କ୍ଲାସିକ୍ କାର୍ ପ୍ରଦର୍ଶନ କରାଯାଇଛି । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏପରି ଆୟୋଜନ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି କାର ମାଲିକ । ଭୁବନେଶ୍ୱରରେ ଉଦଘାଟିତ ହୋଇଛି ପ୍ରଥମ ଓଡ଼ିଶା କନକର୍ସ ଡି-ଏଲିଗାନ୍ସ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆରେ ଆୟୋଜିତ ଏହି ପ୍ରଦର୍ଶନୀରେ ଭିଣ୍ଟେଜ୍ ଓ କ୍ଲାସିକ୍ କାର ପ୍ରଦର୍ଶିତ କରାଯାଇଛି । ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଏହାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏପରି କାର୍ଯ୍ୟକ୍ରମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ସେ କହିଛନ୍ତି ।
More Stories
ମୋହନ ସରକାରଙ୍କ ଭେଟି, ୬୦୨୫ ଶିକ୍ଷକ ପାଇବେ ନିଯୁକ୍ତି
ବିଜେପିରେ ମିଶିଲେ ମମିତା ମେହେରଙ୍କ ବାପା ମା
ଖୁବଶୀଘ୍ର ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଜାଣନ୍ତୁ କିଏ ପଡିବେ ବାଦ୍