ମିଜୋରାମ ବିଧାନସଭା ନିର୍ବାଚନରେ ବହୁମତ ସହ ଜିତିବା ପରେ ଜୋରାମ ପିପୁଲ୍ସ ମୁଭମେଣ୍ଟ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲଡୁହୋମା ଆଜି ଶପଥ ଗ୍ରହଣ କରିବେ । ବିରାଟ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଲାଲଡୁହୋମା । ଗତ ବୁଧବାର ରାଜ୍ୟପାଳ ହରି ବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଥିଲେ । ରାଜ୍ୟରେ ସରକାର ଗଠନ ପ୍ରସଙ୍ଗ ନେଇ ସେ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି । ମିଜୋରାମ ବିଧାନସଭାର ୪୦ରୁ ୨୭ ଆସନ ଜିତି ଜେଡ୍ପିଏମ୍ ରାଜ୍ୟରେ ଦମ୍ଦାର ବିଜୟ ହାସଲ କରିଛି । ପୂର୍ବତନ ଆଇପିଏସ୍ ଲାଲଡୁହୋମା ଜୋରାମ ନ୍ୟାସନାଲିଷ୍ଟ ପାର୍ଟି ନାମକ ଏକ ଦଳ ଗଠନ କରିଥିଲେ, ଯାହା ମାଧ୍ୟମରେ ସେ ରାଜ୍ୟ ରାଜନୀତିରେ ସକ୍ରିୟ ହୋଇଥିଲେ। ଅନ୍ୟପକ୍ଷରେ ଲାଲଡୁହୋମାଙ୍କ ଦଳ ରାଜ୍ୟର ଅନ୍ୟ ପାଞ୍ଚଟି ଛୋଟ ଦଳ ସହ ଏକ ମେଣ୍ଟ ଗଠନ କରିଛି। ଯାହା ପରେ ସେହି ସହଯୋଗୀ ଦଳ ଏକ ରାଜନୈତିକ ଦଳରେ ପରିଣତ ହୋଇଥିଲା, ଯାହାକି ୨୦୧୭ ରେ ZPM (ଜୋରାମ ପିପୁଲ୍ସ ମୁଭମେଣ୍ଟ) ପାର୍ଟି ନାମରେ ସୃଷ୍ଟି ହୋଇଥିଲା ।
More Stories
ମାତ୍ର 3ଟି ଭୋଟରେ ବିଜେପି ନାକତଳୁ ଜିତିଲା ଆପ୍
ଖଡଗେଙ୍କ ମା, ଭଉଣୀଙ୍କୁ ଏମିତି କହିଲେ ୟୋଗୀ
ପାୱାର ଗଲା, ଇଜ୍ଜତ ଗଲା, ଏବେ ଆସିଲା ଗିରଫ୍ ୱାରେଣ୍ଟ୍