The Topmost

“The eyes believe themselves, the ears believe other people.”

shankh

ଶଙ୍ଖରେ କରନ୍ତୁ ଭଗବାନଙ୍କ ପୂଜା

ହିନ୍ଦୁ ଧର୍ମରେ ପୂଜା ପାଠର ଅଧିକ ମହତ୍ୱ ରହିଥାଏ। ପ୍ରାୟ ସମସ୍ତଙ୍କ ଘରେ ଠାକୁରଙ୍କ ପୂଜା ହୋଇଥାଏ। ଏହାସହ ସମସ୍ତଙ୍କ ପୂଜା ଘରେ ଆପଣ ଶଙ୍ଖ ପାଇବେ। ପୌରାଣିକ କଥା ହିସାବରେ ଶଙ୍ଖ ହିନ୍ଦୁ ପୂଜାରେ ଗୁରୁତ୍ୱ ବହନ କରିଥାଏ। ସମୁଦ୍ର ମନ୍ଥନ ସମୟରେ ୧୪ ରତ୍ନ ଥିବା ଶଙ୍ଖ ମିଳିଥିଲା , ଯାହା ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମିଙ୍କର ଅତ୍ୟନ୍ତ ପ୍ରିୟ। ଏହି ଶଙ୍ଖକୁ ଘରେ ରଖିଲେ ସୁଖ ସମୃଦ୍ଧି ପ୍ରାପ୍ତ ହେବ ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି। ଜ୍ୟେତିଷ ଶାସ୍ତ୍ର ହିସାବରେ ମଧ୍ୟ କିପରି ଶଙ୍ଖର ପ୍ରୟୋଗ କରାଗଲେ ଘରେ ସୁଖ ଶାନ୍ତି ଆସିବ ତାର ବର୍ଣ୍ଣନା ରହିିଛି।
ସୋମବାର
ସୋମବାରକୁ ଭଗବାନ ଶିବ ଓ ଚନ୍ଦ୍ର ଗ୍ରହଙ୍କ ଦିନ ବୋଲି ବିବେଚନା କରାଯାଏ। ଚନ୍ଦ୍ରଙ୍କର ଦ୍ରବ୍ୟ ଭାବେ କ୍ଷୀରକୁ ବ୍ୟବହାର କରାଯାଏ। ତେଣୁ ସୋମବାର ଶଙ୍ଖରେ କ୍ଷୀରରଖି ଶିବଙ୍କୁ ଦେଲେ ଆପଣଙ୍କୁ ଆଶୀଶ ପ୍ରାପ୍ତି ହେବ।
ମଙ୍ଗଳବାର
ମଙ୍ଗଳବାର ମଙ୍ଗଳ ଗ୍ରହର ପ୍ରତିକ ଭାବେ ଜଣାଯାଏ। ମଙ୍ଗଳ ସାହାସ ଓ ପରାକ୍ରମର ପ୍ରତିକଭାବେ ପରିଗଣିତ। ଏହି ଦିନ ଶଙ୍ଖ ଫୁଙ୍କି ସୁନ୍ଦରାକାଣ୍ଡ ପାଠ କରନ୍ତୁ
ବୁଧବାର
ବୁଧବାର ବୁଦ୍ଧିର ଦିନ। ଏହି ଦିନଟି ବୁଧ ଗ୍ରହଙ୍କର। ବୁଧବାର ଦିନ ଶଙ୍ଖ ପାଣିରେ ତୁଳସି ପକାଇ ଶାଳଗ୍ରାମଙ୍କ ଅଭିଷେକ କରନ୍ତୁ ଆପଣଙ୍କ ଦିନ ଭଲରେ କଟିବ।
ଗୁରୁବାର
ଗୁରୁବାର ଦିନ ଶଙ୍ଖରେ କେଶରରେ ତିଳକ କରି ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ। ଏପରି କରିବା ଫଳରେ ଗୁରୁ ଗ୍ରହ ଶୁଭଫଳ ପ୍ରଦାନ କରିଥାଏ। ଗୁରୁ ଗ୍ରହର କୃପାରେ ଘରେ ସୁଖ ସମୃଦ୍ଧି ଆସିଥାଏ।
ଶୁକ୍ରବାର
ଶୁକ୍ରବାର ଶୁକ୍ରଗ୍ରହର ପ୍ରତିକ ରୂପେ ମନାଯାଇଥାଏ। ଏହାକୁ ଧନ, ଭୌତିକ ସୁଖର କାରକ ରୂପେ ଗ୍ରହଣ କରାଯାଇଥାଏ। ତେଣୁ ଶୁକ୍ରବାର ଦିନ ଶଙ୍ଖକୁ ଧଳା କପଡାରେ ରଖନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଶୁକ୍ର ଗ୍ରହ ବଳବାନ ହୋଇଥାଏ।
ଶନିବାର
ଶନିବାର ଶନିଗ୍ରହଙ୍କର ଦିନ ହୋଇଥାଏ। ଏହି ଦିନ ଶନିଦେବଙ୍କୁ ଶଙ୍ଖରେ ଜଳ ଅର୍ଘ୍ୟ ଅର୍ପଣ କରନ୍ତୁ। ଶୁଭଫଳ ପ୍ରାପ୍ତ ହେବ।
ରବିବାର
ରବିବାର ସୂର୍ଯ୍ୟଙ୍କ ପ୍ରତିକ। ତେଣୁ ରବିବାର ଶଙ୍ଖରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ଆପଣଙ୍କ ଘରେ ସୁଖ ଶାନ୍ତି ସମୃଦ୍ଧି ଆସିବ।

shankh @thetopmost-01

https://thetopmost.in/?p=1779

https://thetopmost.in/?p=1281

https://thetopmost.in/?p=844

https://thetopmost.in/?p=1596