କାଲି ଆସିବ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଛତିଶଗଡ ବିଧାନସଭାର ରେଜଲ୍ଟ । ତା ପୂର୍ବରୁ ପୂଜାର୍ଚ୍ଚନା କଲେଣି ନେତା । ସାରା ଦେଶର ନଜର ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ଫଳାଫଳ ଉପରେ ରହିଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଦୌସା ଜିଲ୍ଲାର ମେହନ୍ଦିପୁର ବାଲାଜୀ ମନ୍ଦିରରେ ପହଁଚି ପୂଜାର୍ଚ୍ଚନା କରିଛନ୍ତି । ପ୍ରଥମେ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା ପରେ ବାଲାଜୀ ମନ୍ଦିରରେ ପହଁଚିଥିଲେ ବସୁନ୍ଧରା ରାଜେ । ଛତିଶଗଡ ଓ ତେଲେଙ୍ଗାରେ ଏଥର କଂଗ୍ରେସ ଜିତିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ପୂର୍ବାନୁମାନ କରିଛନ୍ତି । ବିଭିନ୍ନ ଏକଜିଟ ପୋଲ ଅନୁସାରେ, ଛତିଶଗଡରେ ଦ୍ୱିତୀୟ ଥର ଲାଗି ଭୂପେଶ ବାଘେଲ କଂଗ୍ରେସକୁ ବିଜୟ ଦେବେ । ତେବେ ତେଲେଙ୍ଗାରେ ଏଥର କେ.ଚନ୍ଦ୍ରଶେଖର ରାଓଙ୍କୁ କଂଗ୍ରେସ କଡା ଟକ୍କର ଦେଉଛି ବୋଲି ଅଧିକାଂଶ ଏକଜିଟ ପୋଲ ଆକଳନ କରିଛନ୍ତି । ଏଭଳି ହେଲେ ଦୀର୍ଘ ଦଶ ବର୍ଷ ପରେ ତେଲେଙ୍ଗାର ପଟ୍ଟ ପରିବର୍ତନ ହେବ । କାଲି ସକାଳ ୭ଟାରୁ ୪ ରାଜ୍ୟର ବିଧାନସଭା ପାଇଁ ଭୋଟଗଣତି ଆରମ୍ଭ ହେବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍