ଦେଶର ପ୍ରଥମ ମହିଳା ଏଡିସି ଭାବେ ନିଯୁକ୍ତି ପାଇଲେ ଓଡିଆ ଝିଅ ମନୀଷା ପାଢୀ । ମିଜୋରାମ ରାଜ୍ୟପାଳ ଡ.ହରିବାବୁ କାମଭାମପତିଙ୍କର ଏଡିସି ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ମନୀଷା ଗଞ୍ଜାମ ଜିଲ୍ଲ ବ୍ରହ୍ମପୁର ବାସିନ୍ଦା। ତାଙ୍କର ମାତାପିତା ଭୁବନେଶ୍ବରରେ ରୁହନ୍ତି। ମନୀଷା ଭୁବନେଶ୍ବର ସି.ଭି.ରମଣ କଲେଜ ଅଫ ଇଂଜିନିୟରିଂରୁ ଶିକ୍ଷାଲାଭ କରିଛନ୍ତି। ମନୀଷା ହେଉଛନ୍ତି ୨୦୧୫ ବ୍ୟାଚର ଭାରତୀୟ ବାୟୁସେନା ଅଫିସର । ଏଡିସି ନିଯୁକ୍ତି ହେବାପରେ ମନୀଷାଙ୍କୁ ମେଘାଳୟ ରାଜ୍ୟପାଳଙ୍କ ରାଜଭବନର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ପରିଚୟ କରାଯାଇଥିଲା। ମନୀଷା ଏୟାର ଫୋର୍ସ ଷ୍ଟେସନ ବିଦାର,ଏୟାର ଫୋର୍ସ ଷ୍ଟେସନ ପୁନେ ଓ ଏୟାର ଫୋର୍ସ ଷ୍ଟେସନ ଭତିଣ୍ଡା ଭଳି ତିନୋଟି ସ୍ଥାନରେ କାର୍ଯ୍ୟ କରିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍