ଜମୁଛି ବାଲିଯାତ୍ରା । ଦର୍ଶକଙ୍କୁ ଆକୃଷ୍ଟ କରୁଛି ବାଇକ୍ ଷ୍ଟଣ୍ଟ୍ । ମାତ୍ର ୫୦ ଟଙ୍କାରେ ବାଇଟ୍ ଷ୍ଟଣ୍ଟର ମଜା ନେଉଛନ୍ତି ଦର୍ଶକ । କିନ୍ତୁ ବିପଦ ଯୋଗୁ ବାଲିଯାତ୍ରାରେ ଏହା ବନ୍ଦ ହୋଇଥିଲା । କିନ୍ତୁ ଏବେ ପୁଣି ବାଇଟ୍ ଷ୍ଟଂଟ ଆରମ୍ଭ ହୋଇଛି । କିନ୍ତୁ ଏମାନେ ବିନା ସେଫ୍ଟି ଜାକେଟରେ ବାଇକ ଚଳାଉଛନ୍ତି । ସେହିପରି ଭୁବନେଶ୍ୱରେ ଧୁମଧାମରେ ଚାଲିଛି ବାଲିଯାତ୍ରା । କୁଆଖାଇ ନଦୀ ପଠାରେ ଜମୁଚି ଲୋକଙ୍କ ଭିଡ । ଡିସେମ୍ବର ୫ ତାରିଖ ଯାଏ ଚାଲିବାକୁ ଥିବା ଏହି ମେଳାରେ ପ୍ରାୟ ୧୨ ଶହ ଦୋକାନ ପଡିଛି । ସନ୍ଧ୍ୟା ହେଲେ ଲୋକଙ୍କ ଅଧିକ ଭିଡ ଦେଖିବାକୁ ମିଳିଛି । ବିଭିନ୍ନ ପ୍ରକାରର ଖାଦ୍ୟ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଦର୍ଶକ । ଭିଡକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ପ୍ରକାରରର ଘରକରଣା ସାମଗ୍ରୀ ସହ ଅନ୍ୟାନ୍ୟ ଜିନିଷ ଲୋକେ କିଣୁଥିବା ଦେଖିବାକୁ ମିଳିଛି ।
“The eyes believe themselves, the ears believe other people.”
More Stories
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ
ଖୁବଶୀଘ୍ର ରାଜ୍ୟରେ କାର୍ଯ୍ୟକ୍ଷମ ହେବ 10ଟି ବଡ ଶିଳ୍ପ