କରୋନା ପରେ ଏବେ ଚୀନ ଆତଙ୍କ ଖେଳାଉଛି ନିମୋନିଆ । ବିଶେଷ କରି ଶିଶୁ ଏହି ରୋଗରେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଚାଇନାରେ ରୋଗ ବଢିବା ପରେ ଭାରତ ସରକାର ସର୍ତକତା ଅବଲମ୍ବନ କରୁଛନ୍ତି । ଏଥିପାଇଁ ଆକ୍ସନରେ କେନ୍ଦ୍ର ସରକାର । ସବୁ ରାଜ୍ୟ ହସପିଟାଲଗୁଡିକ ପ୍ରସ୍ତୁତି ଉପରେ ସମୀକ୍ଷା କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ମାମଲା ବୃଦ୍ଧି ହେଲେ, ନମୁନା ପରୀକ୍ଷା କରାଯିବ । ଚୀନର ସ୍କୁଲଗୁଡିକରେ ନିମୋନିଆ ବ୍ୟାପିବାରେ ଲାଗିଛି ହଜାର ହଜାର ପିଲା ଅସୁସ୍ଥ ହୋଇପଡିଛନ୍ତି । ଏହା ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି । ଏହି ମହମାରୀର କେନ୍ଦ୍ର ସ୍ଥଳ ବେଜିଂ ବୋଲି ଜଣାପଡିଛି । ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଅସୁସ୍ଥ ହୋଇପଡିଥିବାରୁ ଅନେକ ସ୍କୁଲରେ ପାଠପଢା ବନ୍ଦ ରହିଛି । ଚୀନରେ ଏହି ରୋଗରେ ଦିନକୁ ୭ ହଜାରରୁ ଅଧିକ ଶିଶୁ ଡାକ୍ତରଖାନାରେ ଭର୍ତି ହେଉଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ