୬୬ ବର୍ଷ ପରେ ଉତ୍ତର ପ୍ରଦେଶ ବିଧାନସଭାରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏଥର ବିଧାୟକମାନେ ବିଧାନସଭା ଭିତରକୁ ମୋବାଇଲ ଫୋନ ନେଇ ଯାଇପାରିବେ ନାହିଁ । ଏହାସହ ପତାକା ଓ ବ୍ୟାନର ମଧ୍ୟ ବ୍ୟାନ କରାଯାଇଛି । ଏହାସହ ଚଳିତ ଅଧିବେଶନରେ ମହିଳା ବିଧାୟକମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଧାନସଭାରେ ମହିଳା ବିଧାୟକମାନଙ୍କୁ ସେମାନଙ୍କର କଥା କହିବାର ଅଧିକ ସୁଯୋଗ ମିଳିବ । ନଭେମ୍ବର ୨୮ ତାରିଖରୁ ଉତ୍ତର ପ୍ରଦେଶ ବିଧାନସଭାରେ ଅଧିବେଶନ ହେବାକୁ ଯାଉଛି । ଏହି କ୍ରମରେ କିଛି ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାରିତ ହୋଇପାରେ ବୋଲି ଆକଳନ କରାଯାଉଛି । ଉତ୍ତର ପ୍ରଦେଶ ସରକାର ଚଳିତ ୫ ବର୍ଷ ମଧ୍ୟରେ ବିଭିନ୍ନ ନୂଆ ନିୟମ ଲାଗୁ କରିଛନ୍ତି । କିଛିଦିନ ତଳେ ରାଜ୍ୟରେ ହଲାଲ ସାର୍ଟିଫାଏଡ ପ୍ରଡକ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସେହିଭଳି ରାଜ୍ୟରେ ମାଫିଆମାନଙ୍କ ଉପରେ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍