The Topmost

“The eyes believe themselves, the ears believe other people.”

ବଡ଼ଦିନ ପୂର୍ବରୁ ଫେରିବେ ଶ୍ରମିକ

ଉତ୍ତରକାଶୀ ଟନେଲ ଟ୍ରାଜେଡିକୁ ନେଇ ବଡ଼ ସୂଚନା । ଆନ୍ତର୍ଜାତିକ ଟନେଲ ବିଶେଷଜ୍ଞ ଆର୍ଣ୍ଣୋଲଡ ଡିକ୍ସ କହିଲେ, ବଡ଼ଦିନ ପୂର୍ବରୁ ସମସ୍ତ ଶ୍ରମିକ ସୁରକ୍ଷିତ ଘରକୁ ଫେରିବେ । ତେବେ ତାଙ୍କ ବୟାନକୁ ନେଇ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେଉଛି । ଆର୍ଣ୍ଣୋଲଡ ବଡ଼ଦିନକୁ ନିଜ ବୟାନରେ ସାମିଲ କରିଥିବାରୁ ଏବେ ପ୍ରଶ୍ନ ଉଠୁଛି କ’ଣ ଆହୁରି ମାସେ ଲାଗିବ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ? ଟନେଲ ଭିତରେ ୧୪ ଦିନ ହେଲା ଶ୍ରମିକମାନେ ଫସି ରହିଥିବା ବେଳେ କେବେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ତାକୁ ନେଇ କାହା ପାଖରେ କିଛି ସୂଚନା ନାହିଁ । ଏମିତି ସ୍ଥିତିରେ ସାରା ଦେଶରେ ଏକ ପ୍ରକାର ହତାଶା ଭାବ ଖେଳି ଯାଇଥିବା ବେଳେ ଟନେଲରେ ଡ୍ରିଲିଂ କରିବାକୁ ଯାଇଥିବା ଅଗର ମେସିନ ଅକାମୀ ହୋଇଯାଇଛି । ଫଳରେ ଏବେ ଅଗର ମେସିନ ବଦଳରେ ଆସନ୍ତାକାଲିଠାରୁ ଶ୍ରମିକମାନଙ୍କ ଜରିଆରେ ଖନନ କାମ କରାଯିବ । ସେପଟେ ଭର୍ଟିକଲ ଡ୍ରିଲିଂ କରାଯିବ । ସୁଡଙ୍ଗ ଉପରୁ ଏହି ଡ୍ରିଲିଂ କରାଯିବ । ଏଥିପାଇଁ ସୁଡଙ୍ଗ ଉପରକୁ ଖନନ ସରଞ୍ଜାମ ନିଆଯାଉଛି ।