The Topmost

“The eyes believe themselves, the ears believe other people.”

ସୋଆ ଉତ୍ସବରେ ଦିବଙ୍ଗତ କବି ଜୟନ୍ତ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବରେ ବିଖ୍ୟାତ ଭାରତୀୟ ଇଂରାଜୀ ଦିବଙ୍ଗତ କବି ଜୟନ୍ତ ମହାପାତ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ବେଳେ ବିଶିଷ୍ଟ କବି ଓ ଲେଖକମାନେ ତାଙ୍କୁ ଭାରତୀୟ ଇଂରାଜୀ କବିତା ଜଗତର ‘କିମ୍ବଦନ୍ତୀ’ ତଥା ‘ଆଲୋକ ବର୍ତିକା’ ଭାବେ ବର୍ଣ୍ଣନା କରିଛନ୍ତି । ଶୁକ୍ରବାର ଆରମ୍ଭ ହୋଇଥିବା ଏହି ତିନି ଦିନିଆ ସାହିତ୍ୟ ଉତ୍ସବରେ ସାରା ଭାରତରୁ ୨୫୦ ଜଣ ବିଶିଷ୍ଟ ଲେଖକ, କବି, ଔପନ୍ୟାସିକ, ସମାଲୋଚକ, ଐତିହାସିକ ଓ କଳାକାର ଯୋଗ ଦେଇଥିବା ବେଳେ ଏକ ସ୍ୱତନ୍ତ୍ର ଅଧିବେଶନରେ ଗତ ଅଗଷ୍ଟ ୨୭ ତାରିଖ ଦିନ ମୃତ୍ୟୁ ବରଣ କରିଥିବା ୯୫ ବର୍ଷ ବୟସ୍କ କବି ମହାପାତ୍ରଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି ଅଧିବେଶନରେ ଅଧ୍ୟକ୍ଷତା କରୁଥିବା ବିଶିଷ୍ଟ କବି ଶ୍ରୀମତି ସ୍ୱୀକ୍ରିତା ପଲ୍ କୁମାର କହିଥିଲେ ଯେ ଜୟନ୍ତ ମହାପାତ୍ର ତାଙ୍କ ପଛରେ ସାହିତ୍ୟର ଏକ ବିଶାଳ ଧାରା ଛାଡ଼ି ଚାଲି ଯାଇଛନ୍ତି । ଆରମ୍ଭରେ ତାଙ୍କ ଲେଖାକୁ ଭାରତରେ ଉପଯୁକ୍ତ ଗୁରୁତ୍ୱ ଦିଆଯାଇ ନଥିଲା । ମାତ୍ର ପଶ୍ଚିମ ଦେଶଗୁଡ଼ିକରେ ତାଙ୍କ କାର୍ଯ୍ୟର ଅନେକ ପ୍ରଶଂସା କରାଯିବା ପରେ ସେ ଉପଯୁକ୍ତ ସମ୍ମାନ ପାଇଥିଲେ ବୋଲି କୁମାର କହିବା ସହ ସେ ଭାରତୀୟ ଇଂରାଜୀ କବିତା ଜଗତର ‘ଆଲୋକ ବର୍ତିକା’ ଥିଲେ ବୋଲି କହିଥିଲେ ।