ଦିନ ଗଡ଼ୁଛି, ଅପେକ୍ଷା ବି ବଢ଼ୁଛି । ୧୩ ଦିନ ହେଲା ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୧ ଶ୍ରମିକ କେବେ ବାହାର ଦୁନିଆ ଦେଖିବେ, ତାକୁ ଅପେକ୍ଷା କରି ରହିଛନ୍ତି ଦେଶବାସୀ । ଫସିଥିବା ଶ୍ରମିକ ଏତିକି ଆଶା ବାନ୍ଧିଛନ୍ତି ଯେ ଆଜି ନହେଲେ କାଲି ନିଶ୍ଚିତ ଉଦ୍ଧାର ହେବେ । ସେମାନଙ୍କୁ ବାହାର କରିବା ପାଇଁ ଏନଡିଆରଏଫ, ଏସଡିଆରଏଫ୍, ଆଇଟିବିପି ଠାରୁ ଆରମ୍ଭ କରି ସମସ୍ତ ଉଦ୍ଧାରକାରୀ ଦଳ ଲାଗି ପଡ଼ିଛନ୍ତି । ଏସବୁ ଭିତରେ ଯେଉଁ ଖବର ସମସ୍ତଙ୍କୁ ଆଶ୍ୱସ୍ତି ଦେଇଛି, ତାହା ଉପରେ ସୁଡ଼ଙ୍ଗ ଭିତରେ ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି । ସେମାନଙ୍କୁ ପର୍ଯ୍ୟାୟକ୍ରମେ ଖାଦ୍ୟ-ପାନୀୟ ଯୋଗାଇ ଦିଆଯାଉଛି । ଆଉ ଉଦ୍ଧାରକାରୀ ଦଳ ମଧ୍ୟ ଲଗାତର ସେମାନଙ୍କର ଯୋଗାଯୋଗରେ ରହିଛନ୍ତି । ତେବେ ଯେଉଁ ସୂଚନା ମିଳିଛି, ଆଜି ଦ୍ୱିପ୍ରହର କିମ୍ବା ଅପରାହ୍ନ ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରେ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ