The Topmost

“The eyes believe themselves, the ears believe other people.”

ଶ୍ରମିକଙ୍କୁ ଉଦ୍ଧାର ଲାଗି ୫ଟି ସ୍ଥାନରେ ହେବ ଡ୍ରିଲିଂ

ଉତ୍ତରକାଶୀରେ ଶ୍ରମିକଙ୍କୁ ଉଦ୍ଧାର ଲାଗି ୫ଟି ସ୍ଥାନରେ ହେବ ଡ୍ରିଲିଂ। ଉପର ପଟୁ ୧୨୦ ମିଟର ଉଚ୍ଚରୁ ଚାଲିଛି ଡ୍ରିଲିଂ । ଏହି ଅପରେସନକୁ SJVN ହାଇଡ୍ରୋ ଇଲେକଟ୍ରିକ୍ ପାୱାର ନାମକ କମ୍ପାନୀ ଚଳାଇଛି । ୧ ମିଟର ଓସାର ବିଶିଷ୍ଟ ସାଫ୍ଟରେ ଚାଲିଛି ଖନନ। ସେହିପରି ନବଯୁଗ ଇଂଜିନିୟରିଂ ପକ୍ଷରୁ ଆଗପଟୁ ଧସିଥିବା ଟନେଲ ଅଂଚଳରେ ଚାଲିଛି ଖୋଳାକାମ। ଧସିଥିବା ଟନେଲର ପଛପଟୁ ତେହରି ହାଇଡ୍ରୋ ଇଲେକଟ୍ରିକ୍ ଡେଭଲପମେଣ୍ଟ କର୍ପୋରେସନ ପକ୍ଷରୁ କରାଯିବ ଡ୍ରିଲିଂ । ବାରକୋଟ ପଟୁ ଏହି ଖନନ କାର୍ଯ୍ୟ ଚାଲିବ। ସେହିପରି ଓଏନଜିସି ପକ୍ଷରୁ ମଧ୍ୟ ସମାନ୍ତରାଳ ଭାବେ କରାଯିବ ଆଉ ଏକ ଉଦ୍ଧାରକାର୍ଯ୍ୟ। ସମାନ୍ତରାଳ ଭାବେ ବାମ କିମ୍ବା ଡାହାଣ ପଟୁ ଏହି ଡ୍ରିଲିଂ କରାଯିବ । ଡ୍ରିଲିଂ ଲାଗି ଇନ୍ଦୋରୁ ଆସିଥିଲା ଶକ୍ତିଶାଳୀ ଅଗନ ମେସିନର ଯନ୍ତ୍ରାଂଶ । ଟନେଲ ଧସିଥିବା ସ୍ଥାନରେ ଶକ୍ତିଶାଳୀ ମେସିନ୍ ପହଞ୍ଚାଇବାକୁ ବର୍ଡର ରୋଡ୍ ଅର୍ଗାନାଇଜେସନ ପକ୍ଷରୁ ରୋଡ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଉଦ୍ଧାରକାର୍ଯ୍ୟରେ ଥାଇଲାଣ୍ଡ, ନରୱେ ଏବଂ ଅଷ୍ଟ୍ରେଲିଆର ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି । କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ଟିମ ତତ୍ତ୍ବାବଧାନରେ ଚାଲିଛି ରେସକ୍ୟୁ ଅପରେସନ ।