ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାମ ବିଧିବଦ୍ଧ ଭାବେ ଆଜିଠାରୁ ଆରମ୍ଭ ହେବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ନାଟମଣ୍ଡପ ମରାମତି ପାଇଁ ଏଏସଆଇକୁ ଏନଓସି ଦେଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ବୈଠକରେ ଆଜିଠାରୁ ସକାଳ ୬ଟାରୁ ରାତି ୧୦ଟା ଯାଏଁ ମରାମତି କାମ କରିବାକୁ ନିଷ୍ପତ୍ତି ନିଆଯାଇଛି । ମରାମତି ପାଇଁ ଗରୁଡ ସ୍ତମ୍ଭଠାରୁ ନାଟମଣ୍ଡପ ଯାଏଁ ଲୁହାଭାର ବନ୍ଧା ଯିବ । ଏହାପରେ ନାଟମଣ୍ଡପରେ ଫାଟ ଥିବା ବିମକୁ ଯାଞ୍ଚ କରାଯିବ । ବିମ୍ ତଳେ ଲୁହାଭାର ବାନ୍ଧି ଷ୍ଟେଜିଂ କରିବା ପରେ ମରାମତି ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏଏସଆଇର ସ୍ୱତନ୍ତ୍ର ଟେକ୍ନିକାଲ ଟିମ ବିମ୍ ମରାମତି କରିବ । ଯେହେତୁ ଏବେ କାର୍ତିକ ମାସ ଚାଲିଛି ତେଣୁ, ଭକ୍ତଙ୍କ ଦର୍ଶନ ଓ ନୀତିକାନ୍ତିରେ ଯେପରି କୌଣସି ବାଧା ନଉପୁଜିବ ସେଭଳି କାମ ହେବ । କାର୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭିଡ ହେଉଥିଲେ ମଧ୍ୟ ତାହା ମଧ୍ୟରେ ସୁବିଧା ଦେଖି ମରାମତି କାର୍ଯ୍ୟ କରିବାକୁ ନିଷ୍ପତି ହୋଇଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ