ସାମ୍ବାଦିକତା ପେଶା ପାଇଁ ଲୋଡାନାହିଁ କୌଣସି ନିର୍ଦ୍ଧିଷ୍ଠ ଯୋଗ୍ୟତା । ଚର୍ଚ୍ଚାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ । ଭାରତର ପ୍ରମୁଖ ସାମ୍ବାଦିକତା ଶିକ୍ଷାନୁଷ୍ଠାନ ଆଇଆଇଏମସିର ମହା ନିର୍ଦ୍ଦେଶକ ପ୍ରଫେସର ସଞ୍ଜୟ ଦ୍ୱିବେଦୀଙ୍କ ଯୋଗ୍ୟତାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି କି, ସାମ୍ବାଦିକତାରେ କ୍ୟାରିଅର କରିବାକୁ ହେଲେ କୌଣସି ନିର୍ଦ୍ଧିଷ୍ଟ ଯୋଗ୍ୟତାର ଆବଶ୍ୟକତା ନାହିଁ । ଜୁଲାଇ ୨୦୨୦ରେ ସଞ୍ଜୟ ଦ୍ବିବେଦୀ ସରକାରଙ୍କ ଦ୍ୱାରା ଆଇଆଇଏମସି ମହାନିର୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ । ହେଲେ ସେ ଏହି ପଦବୀ ପାଇଁ ସମସ୍ତ ଯୋଗ୍ୟତା ରଖୁ ନାହାନ୍ତି ଓ ଅନେକ ଅପରାଧିକ ମାମଲା ସହ ଜଡିତ ଦର୍ଶାଇ ଡା. ଆଶୁତୋଷ ମିଶ୍ର ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ରଶେଖର ବର୍ମା ଓ ବିଚାରପତି ସୁବ୍ରମଣ୍ୟମ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ, ଜଣିକିଆ ଖଣ୍ଡପୀଠଙ୍କ ରାୟ ବିରୁଦ୍ଧରେ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି । କୋର୍ଟ କହିଛନ୍ତି କି, ଯେଭଳି ଭାବେ ଡାକ୍ତର ଓ ଓକିଲ ହେବା ପାଇଁ ନିର୍ଦ୍ଧିଷ୍ଠ ଯୋଗ୍ୟତାର ଆବଶ୍ୟକତା ରହିଛି ସେହିଭଳି ଭାବେ ସାମ୍ବାଦିକ ହେବା ପାଇଁ କୌଣସି ନିର୍ଦ୍ଧିଷ୍ଠ ଯୋଗ୍ୟତାର ଆବଶ୍ୟକ ନାହିଁ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ