ସୋଆ ପରିସରରେ ବୁଧବାର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ମାନଙ୍କ ନିମନ୍ତେ ୧୦ ଦିନିଆ ପୂର୍ବାଞ୍ଚଳ ପ୍ରାକ୍ ଗଣତନ୍ତ୍ର ଦିବସ କ୍ୟାମ୍ପ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ୟାମ୍ପରେ ଯୋଗ ଦେଇଥିବା ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ସହିତ ଜାତିର ଜନକ ମହାତ୍ମା ଗାନ୍ଧିଙ୍କୁ ଦେଶର ସର୍ବକାଳୀନ ଓ ସର୍ବୋଚ୍ଚ ସ୍ୱେଚ୍ଛାସେବୀ ବୋଲି ଅଭିହିତ କରିଥିଲେ । ୧୯୬୯ରେ ମହାତ୍ମା ଗାନ୍ଧିଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ନ୍ୟାସ୍ନାଲ ସର୍ଭିସ୍ ସ୍କିମ୍ ପ୍ରତିଷ୍ଠା ହୋଇ ଥିବାବେଳେ ତାଙ୍କ ଭଳି ନିଃସ୍ୱାର୍ଥପର ଓ ସହନଶୀଳ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସ୍ୱେଚ୍ଛାସେବୀ ମାନଙ୍କୁ ମହାତ୍ମାଙ୍କ ଚିନ୍ତାଧାରାରେ ଉଦ୍ବୁଦ୍ଧ ହେବା ସହ ଅନ୍ୟମାନଙ୍କ ଠାରୁ ଅଲଗା ଭାବେ କାର୍ଯ୍ୟ କରିବାର ଦକ୍ଷତା ରଖିବା ଉଚିତ୍ ବୋଲି ଉପଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ସୋଆ ଏନ୍ଏସ୍ଏସ୍ କୋର୍ଡିନେଟର ପ୍ରଫେସର ନଚିକେତା କେ. ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏନ୍ଏସ୍ଏସ୍ର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ୍, ରାଜ୍ୟ ଏନ୍ଏସ୍ଏସ୍ ଅଫିସର ଡକ୍ଟର ରମେଶ ଚନ୍ଦ୍ର ବେହେରା ଓ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ । ସୋଆ ଏନ୍ଏସ୍ଏସ୍ ବ୍ୟୁରୋ ଆଡିସ୍ନାଲ୍ ପ୍ରୋଗ୍ରାମ କୋର୍ଡିନେଟର ଡକ୍ଟର କମଳଲୋଚନ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା