The Topmost

“The eyes believe themselves, the ears believe other people.”

ଭିଏତନାମ ଓ ସୋଆ ମଧ୍ୟରେ ଶିକ୍ଷାକ୍ଷେତ୍ରରେ ବୁଝାମଣା

ଶିକ୍ଷା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଭିଏତନାମର ଭିନ୍ ଲଙ୍ଗ୍ ପ୍ରଦେଶର ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗ ସହ ସୋଆ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି । ଏହି ବୁଝାମଣାପତ୍ର ଅନୁଯାୟୀ ଭାରତ ଏବଂ ଭିଏତନାମ୍ ମଧ୍ୟରେ ଶିକ୍ଷାଗତ କାର୍ଯ୍ୟକଳାପ , ସାଂସ୍କୃତିକ ବିନିମୟ ସହ ଦୁଇ ଦେଶରେ ମଧ୍ୟରେ ବନ୍ଧୁତ୍ୱକୁ ବୃଦ୍ଧି କରିବା । ଏହି ଅବସରରେ ସୋଆ ଓ ଭିଏତନାମ ସ୍ଥିତ ଭିନ୍ ଲଙ୍ଗ୍ ୟୁନିଭର୍ସିଟି ଅଫ୍ ଟେକ୍‌ନୋଲୋଜି ଏଜୁକେସନ୍ (ଭିଏଲ୍‌ୟୁଟିଇ) , ଭିଏତନାମ ୟୁନିଭର୍ସିଟି ଅଫ୍ କ୍ୟୁ ଲଙ୍ଗ୍‌, ଲଙ୍ଗ୍ ହୋ ଏବଂ ଭିନ୍ ଲଙ୍ଗ୍ ସିଟି ସ୍ଥିତ ପୁଟିନ ଆନିମଲ ଫିଡ୍ କମ୍ପାନି ଲିମିଟେଡ୍ ମଧ୍ୟରେ ଅନ୍ୟ ତିନୋଟି ପୃଥକ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିଲା । ଭିଏତନାମ ପ୍ରତିନିଧି ଦଳ ଭିନ୍ ଲଙ୍ଗ୍ ପ୍ରଦେଶ ପିପୁଲ୍ସ କମିଟିର ଉପାଧ୍ୟକ୍ଷ ଡ.ଏନଗୁଏନ ଥି କୁଏନ ଥାନଙ୍କ ନେତୃତ୍ୱରେ ଓଡିଶା ଆସିଛନ୍ତି । ଭିନ୍ ଲଙ୍ଗ୍ ପ୍ରଦେଶ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗ ଏବଂ ସୋଆ ମଧ୍ୟରେ ସ୍ୱାକ୍ଷରିତ ଏମ୍‌ଓୟୁରେ ଦୁଇ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସୁଯୋଗ ସୃଷ୍ଟି କରିବା ଏବଂ ସାଂସ୍କୃତିକ ଏବଂ ଛାତ୍ର – ଶିକ୍ଷକ ବିନିମୟ ମାଧ୍ୟମରେ ପାରସ୍ପରିକ ସମ୍ପର୍କ ଏବଂ ବୁଝାମଣାକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ । ଏହି କାର୍ଯ୍ୟକ୍ରମରେ ସୋଆର ପ୍ରୋ ଚାନ୍‌ସେଲର୍ ପ୍ରଫେସର ଶିତିକଣ୍ଠ ମିଶ୍ର, କଟ୍ରୋଂଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଫ୍ୟାକଲ୍ଟି ଅଫ ମ୍ୟାନେଜମେଂଟ ର ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍ ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ର ଡିନ୍ ପ୍ରଫେସର ନୀତା ମହାନ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।