The Topmost

“The eyes believe themselves, the ears believe other people.”

‘ଆମ କୁନିପିଲା’ ଯୋଜନାର ଶୁଭାରମ୍ଭ

ଶିଶୁ ଦିବସରେ ଶୁଭାରମ୍ଭ ହେଲା ନୂଆ ଯୋଜନା ଆମ କୁନିପିଲା । ଯୋଜନାରେ ଶିଶୁମାନଙ୍କୁ ଘରେ ହିଁ ମିଳିବ ଆନନ୍ଦଦାୟକ ବନ୍ଧୁତ୍ଵପୂର୍ଣ୍ଣ ଅନୁକୂଳ ପରିବେଶ । ଘରର ପୁରୁଷ ସଦସ୍ୟମାନଙ୍କୁ କରାଯିବ ଶିଶୁ ଯତ୍ନରେ ସମ୍ପୃକ୍ତି । ପ୍ରତି ଶିଶୁର ପ୍ରଥମ ହଜାର ଦିନ ହେଉଛି ଗଭୀର ସମ୍ବେଦନଶୀଳ ସମୟ । ଏହି ଦିନରେ ଶିଶୁଙ୍କ ମସ୍ତିଷ୍କର ବିକାଶ ଓ ଶାରୀରିକ ବିକାଶ ଆରମ୍ଭ ହୋଇଥାଏ ଓ ଜୀବନବ୍ୟାପୀ ସ୍ବାସ୍ଥ୍ୟର ମୂଳଦୁଆ ପଡିଥାଏ । ଏହି ସମୟ ମଧ୍ୟରେ ଉଭୟ ମାଆ ଓ ଶିଶୁର ଯତ୍ନ ଏବଂ ପୁଷ୍ଟିକର ପୋଷଣ ଉପରେ ଶିଶୁର ବୃଦ୍ଧି ନିର୍ଭର କରିଥାଏ । ଶିଶୁ ଦିବସରେ ଶିଶୁ ମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଶୁମାନେ ଦେଶର ଶକ୍ତି ଓ ପ୍ରଗତିର ସୂତ୍ରଧର । ଶୈଶବ କାଳରୁ ଶିଶୁମାନଙ୍କୁ ଉଚିତ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ପରିବେଶ ପ୍ରଦାନ କରାଗଲେ ସେମାନେ ଜଣେ ଜଣେ ସୁନାଗରିକ ହୋଇପାରିବେ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆମ କୁନିପିଲା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନିଜ ପରିବାରରେ ଶିଶୁର ଯତ୍ନ, ତିନି ବର୍ଷରୁ କମ ପିଲାମାନଙ୍କ ପାଳନରେ ଉଭୟ ପିତାମାତା ହାୟିତ୍ବ ସହ ସେମାନଙ୍କ ଶିଶୁ ଯତ୍ନ ଭିଭିକ ଦକ୍ଷତା ବୃଦ୍ଧି ଓ କମ୍ ମୂଲ୍ୟରେ ତିଆରି ଖେଳଣା ମାଧ୍ୟମରେ ଶିଶୁମାନଙ୍କ ମସ୍ତିଷ୍କ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି ।