The Topmost

“The eyes believe themselves, the ears believe other people.”

କଇଁଛଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ

କଇଁଛଙ୍କ ଅଣ୍ଡାଦାନ ସମୟ । ଏନେଇ ପ୍ରଶାସନ ପକ୍ଷରୁ ଅଲିଭରିଡଲେଙ୍କ ସୁରକ୍ଷା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସମୁଦ୍ର ମଧ୍ୟକୁ ବୋଟ୍ ଚଳାଚଳରୁ ନେଇ ମାଛ ମରା ଉପରେ କଟକଣା ଲଗାଯାଇଛି । ହେଲେ ଏବେ କିଛି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ନେଇ ଉଠିଛି ପ୍ରଶ୍ନ । ଗହୀରମଥାରେ ପାଟ୍ରୋଲିଂ ଦୁର୍ବଳ ହୋଇଥିବା ବେଳେ ବିରଳ ଅଲିଭରିଡଲେ ସୁରକ୍ଷାରେ ବାଧା ଉପୁଜିବା ନେଇ ଆଶଙ୍କା ଦେଖିବାକୁ ମିଳିଛି । ଦୁଇ ଦୁଇଟି ସ୍ପିଡ ବୋଟ ଅଚଳ ହୋଇପଡିଥିବା ବେଳେ ଗୋଟିଏ ଟ୍ରଲରରେ କାମ ଚଳାଉଛି ବନବିଭଗ । ଗହୀରମଥା କଇଁଛଙ୍କ ଏନ୍ତୁଡିଶାଳ କୁହାଯାଉଥିବା ବେଳେ ୫୦ ପ୍ରତିଶତ କଇଁଛ ଏଠାକୁ ଅଣ୍ଡାଦାନ ପାଇଁ ଆସିଛନ୍ତି । ଏବେ ବନବିଭାଗ ପାଖରେ ଗୋଟିଏ ଟ୍ରଲର ଥିବା ବେଳେ ତାହା ବି କମ୍ ସ୍ପିଡରେ ଚାଲୁଛି । ସ୍ଥାନୀୟ ଅଞ୍ଚଳରେ ମେକାନିକ୍ କି ପାର୍ଟସ ମିଳୁନଥିବା ବେଳେ କଇଁଛଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଉଛି ।