ମଧ୍ୟପ୍ରାଚ୍ୟ ଅସ୍ଥିରତା ମଧ୍ୟରେ ଆମେରିକାର ଦୁଇ ହାଇପ୍ରୋଫାଇଲ ସଚିବଙ୍କ ଭାରତ ଗସ୍ତ । ପଞ୍ଚମ ଭାରତ-ଆମେରିକା ୨+୨ ମନ୍ତ୍ରୀସ୍ତରୀୟ କଥାବାର୍ତ୍ତା ଲାଗି କ୍ଷେତ୍ର ପ୍ରସ୍ତୁତ । ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଓ ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନଙ୍କ ସହ ଆଲୋଚନା କରିବେ ଭାରତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ. ଜୟଶଙ୍କର । ଚାରି ନେତାଙ୍କ ମଧ୍ୟରେ ସାମ୍ପ୍ରତିକ ଆଞ୍ଚଳିକ ସମସ୍ୟା, ବହୁମୁଖୀ ସମ୍ପର୍କ ଆଦି ପ୍ରସଙ୍ଗରେ ହେବ ଆଲୋଚନା । ଏହା ସହ ନିରାପତ୍ତା ପ୍ରସଙ୍ଗରେ ବି ପ୍ରସ୍ତୁତ ହେବ ବ୍ଲୁପ୍ରିଣ୍ଟ । ଏହି ମାସରେ ବ୍ଲିଙ୍କେନ ଇସ୍ରାଏଲ, ଜୋର୍ଡାନ, ଜାପାନ, ସାଉଥକୋରିଆ ଗସ୍ତ କରିବା ସହ ଭାରତ ଆସିବେ । ମଧ୍ୟପ୍ରାଚ୍ୟ ଗସ୍ତ କାଳରେ ବ୍ଲିଙ୍କେନ ଇସ୍ରାଏଲ-ହମାସ ଯୁଦ୍ଧ ପ୍ରସଙ୍ଗରେ ବିଭିନ୍ନ ରାଷ୍ଟ୍ର ସହ ଆଲୋଚନା କରିଥିଲେ । ଜାପାନରେ ଅନୁଷ୍ଠିତ ଗ୍ରୁପ ୭ ସମ୍ମିଳନୀ ପରେ ଭାରତ ଆସିବେ ବ୍ଲିଙ୍କେନ ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ