କଳାକାରଙ୍କ କଳି ପ୍ରସଙ୍ଗରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ତେର୍ଛା ବାଣ । ସେ କହିଛନ୍ତି, କଳାକାରଙ୍କ କଳି କଳାକାରଙ୍କ ଭିତରେ ସମାଧାନ କରାଯାଉ । ରାଜନେତା ଏଥିରେ ମୁଣ୍ଡ ପୁରାଇବା ଅନୁଚିତ । ଆଗକୁ ନିର୍ବାଚନ ଆସୁଥିବାରୁ ଏହି ଘଟଣାକୁ ନେଇ ରାଜନୀତି କରାଯାଉଛି ବୋଲି କହିଛନ୍ତି କଳିକେଶ ନାରାୟଣ ସିଂଦେଓ । ଏବେ ଘଟଣାକୁ ନେଇ ବିଧାୟକ ପଶ୍ଚିମ ଓଡ଼ିଶାକୁ ଅବହେଳା କଥା କହୁଛନ୍ତି, ୧୦ ବର୍ଷ ଭିତରେ କେତେଥର ବିଧାନସଭାରେ ପଶ୍ଚିମ ଓଡ଼ିଶା ପ୍ରସଙ୍ଗ ଉଠାଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରି ଶସ୍ତା ରାଜନୀତିକୁ ସେ ନିନ୍ଦା କରୁଥିବା କହୁଛନ୍ତି କଳିକେଶ ନାରାୟଣ ସିଂଦେଓ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା