ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଶୁଣାଣି ଘୁଂଚିଲା। ୮ ତାରିଖରେ ହେବ ଜାମିନ ଆବେଦନ ଶୁଣାଣି। ଗତ ଶନିବାର ଜାମିନ ଆବେଦନ ଶୁଣାଣୀକୁ ସଂରକ୍ଷିତ ରଖିଥିଲେ କୋର୍ଟ । SDJM କୋର୍ଟରେ ଜାମିନ ନେଇ ପୁନଃ ଶୁଣାଣି ହେବ। ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଟୁଟୁ ନାୟକ। ଦଫା ୩୫୪, ୩୪୧, ୩୨୩, ୨୯୪ ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ‘ପ୍ରଥା’ ଫିଲ୍ମର ପ୍ରିମିୟର ବେଳେ ଶ୍ରୀୟା ସ୍ବାତି କଂପ୍ଲେକ୍ସ ଭିତରେ ଘଟିଥିଲା ଘଟଣା। ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ନେଇ ଖାରବେଳନଗର ଥାନାରେ ହୋଇଥିଲା ମାମଲା । ଘଟଣାର ତଦନ୍ତ କରି ଟୁଟୁଙ୍କୁ ଗିରଫ କରିଥିଲା ପୋଲିସ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍