ରାଜସ୍ଥାନର ଦଉସାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ଏକ ପୋଲର ବାଡ଼ା ଡେଇଁ ତଳେ ଥିବା ରେଲୱେ ଟ୍ରାକ୍ରେ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବହୁ ଜଣ ଗୁରୁତର ହୋଇଛନ୍ତି । ଘଟଣାଟି ରବିବାର ବିଳମ୍ବିତ ରାତିରେ ଘଟିଛି । ହରିଦ୍ୱାରରୁ ଜୟପୁର ଯାଉଥିବା ଏକ ବସ୍ ଗତ ରାତିରେ ୨୧ ନଂ ଜାତୀୟ ରାଜପଥ ଅତିକ୍ରମ କରୁଥିଲା । ରାତି ପ୍ରାୟ ୨ଟା ପରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ବସ୍ଟି ଏକ ପୋଲର ବାଡ଼ାରେ ପିଟି ହୋଇ ତଳେ ଥିବା ରେଲୱେ ଟ୍ରାକ୍ରେ ଖସି ପଡ଼ିଥିଲା । ତେବେ ଏହି ଦୁର୍ଘଟଣା ପରେ ବସ୍ଟି ସମ୍ପୂର୍ଣ୍ଣ ଚେପା ହୋଇ ଯାଇଛି । ଖବର ପାଇ ତୁରନ୍ତ ପୁଲିସ୍, ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
“The eyes believe themselves, the ears believe other people.”
More Stories
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା