ଆଜି ଉଡିବ ଭୁବନେଶ୍ବର-ଜୟପୁର ଦ୍ବିତୀୟ ବିମାନ । ସପ୍ତାହକୁ ସୋମବାର ଓ ଶୁକ୍ରବାର ସେବା ଯୋଗାଇବ ଇଣ୍ଡିଆ ଓ୍ବାନ୍ । ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଏହି ବିମାନ ସେବା ପର୍ଯ୍ୟଟନ କ୍ଷେତ୍ରର ବିକାଶ କରିବା ସହ ଲୋକଙ୍କ ଅର୍ଥନୈତିକ ବିକାଶ ଦିଗରେ ସହାୟକ ହେବ । ଗତ ବର୍ଷ ଭୁବନେଶ୍ବର-ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଏବେ ଦ୍ବିତୀୟ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ବିମାନଟି ଭୁବନେଶ୍ବର ବିମାନବନ୍ଦରରୁ ସକାଳ ୭ଟା ୧୦ରେ ଉଡାଣ ଭରି ଜୟପୁର ବିମାନବନ୍ଦରରେ ସକାଳ ୮ଟା ୪୫ରେ ଅବତରଣ କରିବ । ସେହିପରି ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ବରରେ ୧୦ଟା ୩୫ରେ ପହଞ୍ଚିବ । ଏହି ବିମାନରେ ୯ ଜଣ ଯାତ୍ରୀ ଯାତ୍ରା କରିବା ପାଇଁ ବ୍ୟବସ୍ଥା ରହିଛି । ଜୟପୁରକୁ ଗୋଟିଏ ବିମାନ କମ୍ ପଡୁଥିବାର ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗ୍ରସ୍ତ ସମୟରେ ଆଉ ଏକ ବିମାନ ଚଳାଇବାକୁ ଅନୁରୋଧ କରିଥିଲେ ଲୋକେ । ମୁଖ୍ୟମନ୍ତ୍ରୀ ଏହି ଦାବି ଉପରେ ମୋହର ମାରିଥିବାରୁ ଜୟପୁରବାସୀ କୃତଜ୍ଞତା ଜଣାଇଛନ୍ତି ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା