ବଢୁଛି ଦିଲ୍ଲୀ ପ୍ରଦୂଷଣ ସମସ୍ୟା । ପ୍ରଦୂଷଣ ବୃଦ୍ଧି ଯୋଗୁ ଅନେକ ସ୍ଥାନରେ ସ୍ଥିତି ହେଲାଣି ଉଦବେଗଜନକ । ଗତକାଲି ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନାଙ୍କ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବୈଠକରେ ସ୍ଥିତି ସମୀକ୍ଷା କରାଯାଇଥିଲା । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ସମସ୍ତ ସରକାରୀ ବିଭାଗ ଓ ସଂସ୍ଥା ପ୍ରଦୂଷଣ ନିୟନ୍ତ୍ରଣ ଲାଗି ପଦକ୍ଷେପ ନେବେ । ଯଥାସମ୍ଭବ ଘରେ ରହିବା ଲାଗି ପିଲା ଓ ବୟସ୍କଙ୍କୁ ଦିଆଯାଇଛି ପରାମର୍ଶ । ବିନା କାରଣରେ ଯାତ୍ରା ନକରିବା, ପବ୍ଲିକ ଟ୍ରାନସପୋର୍ଟ ବ୍ୟବହାର କରିବା, ଯାନ୍ତ୍ରିକ ଉପାୟରେ ସଫେଇ, ଜଳ ସିଞ୍ଚନ ଆଦି ତ୍ବାରାନ୍ବିତ କରିବା, ନିଆଁ ନିୟନ୍ତ୍ରଣ ଲାଗି ପଞ୍ଜାବକୁ ଅନୁରୋଧ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଦିଲ୍ଲୀର ଅଧିକାଂଶ ସ୍ଥାନରେ ଏକ୍ୟୁଆଇ ୪୫୦ରୁ ଅଧିକ ରହିଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି । ତେଣେ ପଞ୍ଜାବର ମୋଗା ସମେତ ଅନ୍ୟାନ୍ୟ ସ୍ଥାନରେ ନଡା ପୋଡାଯାଉଥିବାରୁ ସ୍ଥିତି ଅଧିକ ବିପନ୍ନ ହୋଇଛି ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ