The Topmost

“The eyes believe themselves, the ears believe other people.”

ଗିରଫ ହୋଇପାରନ୍ତି ଫେମସ୍ ୟୁଟ୍ୟୁବର ଏଲଭିସ୍ ଯାଦବ

ୟୁଟ୍ୟୁବର ଏଲଭିଶ ଯାଦବଙ୍କ ନାଁ ପୁଣିଥରେ ଚର୍ଚ୍ଚାରେ । ନିକଟରେ ଏକ ଅଜ୍ଞାତ ନମ୍ବରରୁ ଧମକୂପର୍ଣ୍ଣ କଲ୍ ଆସିବା ପାଇଁ ଟଙ୍କା ମଗାଯାଇଥିବା ନେଇ ଅଭିଯୋଗ କରିଥିଲେ ଏଲଭିସ୍ । କିନ୍ତୁ ଏବେ ଓଲଟା ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ତେବେ ଜାଣନ୍ତୁ କ’ଣ ରହିଛି ପୂରା ଘଟଣା । ବିଷାକ୍ତ ନାଗସାପ ବିଷର ବ୍ୟବହାର ରେଭ୍ ପାର୍ଟିରେ ବ୍ୟାନ ଥିବାବେଳେ ଏଠାକୁ ସାପ ଅଣାଯାଇଥିଲା । ଏଭଳି ସଂଗୀନ ଅଭିଯୋଗ ପରେ ଘଟଣାକୁ ନେଇ ଏଲଭିସ୍ ଯାଦବଙ୍କ ନାଁରେ ମାମଲା ରୁଜୁ ହୋଇଛି । ନିକଟରେ ନୋଏଡା ପୋଲିସ ସେକ୍ଟର ୪୯ ଅଞ୍ଚଳରେ ରେଡ୍ କରିଥିଲା । ଏହି ସମୟରେ ପୋଲିସ ୫ଟି ବିଷଧର ସାପ ଓ ବିଷ ଜବତ କରିଥିଲା । ଘଟଣାରେ ୫ଜଣଙ୍କୁ ଅଟକ ରଖାଯାଇଥିଲା । ପଚରାଉଚରା ସମୟରେ ଏଲଭିଶ ଯାଦବଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଣି ଥରେ ଏଲଭିଶ ଯାଦବଙ୍କ ଅଡୁଆ ବଢିବାରେ ଲାଗିଛି । ଏପରିକି ଘଟଣାରେ ସେ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସୂଚନାଅନୁସାରେ, ଏଲଭିଶ ଯାଦବଙ୍କ ନାଁରେ ନୋଏଡାରେ ଏକ ରେଭ ପାର୍ଟି ଆୟୋଜନ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ବେଆଇନ ଭାବେ ରେଭ୍ ପାର୍ଟିର ଆୟୋଜନ ହୋଇଥିବା ନେଇ ଅଭିଯୋଗ ହୋଇଛି ।