ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ସରଗରମ ରାଜ୍ୟ ରାଜନୀତି । ଶାସକ ବିଆରଏସ ପୁଣିଥରେ କ୍ଷମତା ଦଖଲ କରିବାକୁ ଅଣ୍ଟା ଭିଡିଥିବା ବେଳେ ବିରୋଧୀ ମେଣ୍ଟ ଇଣ୍ଡିଆ କଂଗ୍ରେସ ନେତୃତ୍ୱରେ ତେଲେଙ୍ଗାନାରେ ନିର୍ବାଚନ ଲଢିବାକୁ ଯାଉଛି । ସେପଟେ ଏନଡିଏ ମଧ୍ୟ ତେଲେଙ୍ଗାନା ଦଖଲ କରିବାକୁ ଚେଷ୍ଟା ଚଳାଇଛି । ହେଲେ ବହୁଜନ ସମାଜବାଦୀ ପାର୍ଟି ତେଲେଙ୍ଗାନାରେ ଏକାକୀ ନିର୍ବାଚନ ଲଢୁଥିବା ବେଳେ ତାର ନିର୍ବାଚନୀ ଇସ୍ତାହାର ଅନ୍ୟ ରାଜନୈତିକ ଦଳମାନଙ୍କୁ ଚକିତ କରିଛି ।
ବିଏସପି ତରଫରୁ ତେଲେଙ୍ଗାନାବାସୀଙ୍କ ପାଇଁ ତାର ନିର୍ବାଚନୀ ଇସ୍ତାହାର ଘୋଷଣା କରିସାରିଛି । ଏହି କ୍ରମରେ ବିଏସପି କହିଛି କି ଯଦି ତେଲେଙ୍ଗାନା ଭୋଟର ବିଏସପିକୁ ସରକାର ଗଠନ କରିବାର ସୁଯୋଗ ଦିଅନ୍ତି ତେବେ ରାଜ୍ୟର ସମସ୍ତ କର୍ମଜୀବୀ ମହିଳା ଓ କୃଷକ ପରିବାରକୁ ଗୋଟିଏ ଗୋଟିଏ ୱାସିଂ ମେସିନ୍ ଓ ସ୍ମାର୍ଟଫୋନ ମାଗଣାରେ ଯୋଗାଇ ଦିଆଯିବ ।
କେବଳ ସେତିକି ନୁହେଁ ବିଏସପି ଘୋଷଣା କରିଛି କି ତେଲେଙ୍ଗାନାରେ ଦଳ ସରକାର ଗଠନ କଲେ ରାଜ୍ୟର ବେକାର ଯୁବକ ଯୁବତୀଙ୍କ ପାଇଁ ୧୦ ଲକ୍ଷ ରୋଜଗାର ସୃଷ୍ଟି କରାଯିବ । ଏହି ୧୦ ଲକ୍ଷ ରୋଜଗାର ମଧ୍ୟରୁ ମହିଳାଙ୍କ ଭାଗିଦାରୀ ୫୫ ପ୍ରତିଶତ ରହିବ ବୋଲି ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ ରହିଛି । ଏହାସହ ସମସ୍ତ କର୍ମଜୀବୀ ମହିଳାମାନଙ୍କୁ ମାଗଣାରେ ଡ୍ରାଇଭିଂ ଟ୍ରେନିଂ ଦେବାକୁ ଦଳ ପ୍ରତିଶ୍ରୁତି ଦେଇଛି । ବିଏସପି ପ୍ରଦେଶ ସଭାପତି ତଥା ପୂର୍ବତନ ଆଇଏଏସ ଆରଏସ ପରଭୀନ କହିଛନ୍ତି କି ସରକାର ଗଠନ ହେଲେ ସେଥିରେ ୩୩ ପ୍ରତିଶତ ମହିଳା ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବ । ଏହାସହ ରାଜ୍ୟର ଛାତ୍ରନେତାମାନଙ୍କୁ ଛାୟା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯିବ ।
More Stories
ଚଣ୍ଡିଗଡ ମେୟର ନିର୍ବାଚନ, ବାଜିମାରିଲା ବିଜେପି
ଓଡିଶା ଆସିଲେ ମୋହନ ଭାଗବତ୍, ବଦଳିପାରନ୍ତି ଓଡିଶା ବିଜେପି ସଭାପତି
ଏଥର ସିଧାସଳଖ ଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ