ଛତିଶଗଡ଼ ବିଧାନସଭା ନିର୍ବାଚନକୁ ନେଇ ଏବେ ବିଜେପି ଓ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ଲାଗି ରହିଛି । ଏହାରି ଭିତରେ ଏବେ ଛତିଶଗଡର ପାଟନ ଆସନକୁ ନେଇ ଜୋରଦାର ଚର୍ଚ୍ଚା ଲାଗିରହିଛି । ବାସ୍ତବରେ କହିବାକୁ ଗଲେ ଏହି ଆସନକୁ ନେଇ ଏକ ନୂଆ ମୋଡ଼ ଆସିଛି । ବର୍ତ୍ତମାନ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ଅମିତ ଯୋଗୀ ଏଠାରୁ ନାମାଙ୍କନ ଦାଖଲ କରିଛନ୍ତି । ଏଠାରୁ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କଂଗ୍ରେସ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ବିଜେପି ପ୍ରାର୍ଥୀ ହୋଇଛନ୍ତି ଦୁର୍ଗ ସାଂସଦ ବିଜୟ ବଘେଲ ।
ବିଜୟ ବଘେଲ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଭଣଜା । ନାମାଙ୍କନପତ୍ର ଦାଖଲ କରିବା ପରେ ଜନତା କଂଗ୍ରେସ ଛତିଶଗଡ (ଜେ) ନେତା ଅମିତ ଯୋଗୀ କହିଛନ୍ତି ଯେ ଭ୍ରଷ୍ଟାଚାର ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିର୍ବାଚନ ମଇଦାନକୁ ଓହ୍ଲାଇଛୁ । ୨୦୧୮ ବିଧାନସଭା ନିର୍ବାଚନରେ ଏହି ଦଳ ପାଞ୍ଚଟି ସିଟ୍ ଜିତିଥିଲା। ଅମିତ ଯୋଗୀ କହିଛନ୍ତି ଯେ ତାଙ୍କର ଲଢେଇ ଭୁପେଶ ବଘେଲଙ୍କ ବିରୋଧରେ ନୁହେଁ, ବରଂ ଦୁର୍ନୀତି ବିରୋଧରେ ଲଢେଇ ଚାଲିଛି । ସେ କହିଛନ୍ତି, “ଗତ ୨୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପାଟନରେ ନିର୍ବାଚନ ଅନୁଷ୍ଠିତ ହେବ।
ବର୍ତ୍ତମାନ ପର୍ଯ୍ୟନ୍ତ ମାମୁଁ ଏବଂ ଭଣଜାଙ୍କ ମଧ୍ୟରେ ପ୍ରେମ ଚାଲିଥିଲା। ଦୁହିଁଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଥିବାବେଳେ ଏଥର ଆମେ ଲଢେଇ କରିବାକୁ ଯାଉଛୁ। ଉଲ୍ଲେଖ ଥାଉ କି ଅମିତ ଯୋଗୀଙ୍କ ପତ୍ନୀ ରିଚା ଯୋଗୀ ଦ୍ୱିତୀୟ ଥର ପାଇଁ ଅକଲତରା ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ସେହିପରି ଅମିତ ଯୋଗୀଙ୍କ ମା ରେଣୁ ଯୋଗୀ ନିଜର ପାରମ୍ପରିକ ଆସନ କୋଣ୍ଟାରୁ ନିର୍ବାଚନ ଲଢ଼ିବେ ।
More Stories
1100 ଟଙ୍କାରେ ନିଜକୁ ବିକ୍ରି କରନି, କେଜରିୱାଲ୍
ବିଜେପିର ଚାଲିଛି ଲୁଟ୍ ନୀତି, ଅଖିଳେଶ୍
“ସୈଫ୍ ଙ୍କ ଆକ୍ରମଣ ସତ ନାଁ ଅଭିନୟ”, ରାଣେ