ରାଜସ୍ଥାନ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନିର୍ବାଚନ ପ୍ରଚାର ଜୋରଦାର ହୋଇଛି । ଏହାପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜସ୍ଥାନରେ ୫ ନିର୍ବାଚନ ପ୍ରତିଶ୍ରୁତି ଘୋଷଣା କରିଛନ୍ତି । ଗେହଲଟ ରାଜ୍ୟର ଭୋଟରଙ୍କୁ ଓପିଏସ୍ (ପୁରୁଣା ପେନ୍ସନ ଯୋଜନା) ପାଇଁ ଆଇନ ଏବଂ କିଲୋ ପିଛା ୨ ଟଙ୍କାରେ ଗାଈ ଗୋବର କ୍ରୟ ଭଳି ପ୍ରତିଶ୍ରୁତି ଦେଇଛନ୍ତି ।
ଗେହଲଟ ଦେଇଥିବା ଅନ୍ୟ ନିର୍ବାଚନ ପ୍ରତିଶ୍ରୁତିଗୁଡ଼ିକ ହେଉଛି କଲେଜ ଛାତ୍ରଙ୍କୁ ଲାପଟପ୍ ଏବଂ ପ୍ରାକୃତିକ ବିପର୍ଯ୍ୟୟ ବେଳେ କୌଣସି କ୍ଷୟକ୍ଷତି ପାଇଁ ୧୫ ଲକ୍ଷ ଟଙ୍କାର ବୀମା । ସେହିପରି ୧ କୋଟି ମହିଳାଙ୍କୁ ସ୍ମାର୍ଟଫୋନ୍ ଦେବା ସହ ୩ ବର୍ଷ ପାଇଁ କମ୍ଲିମେଣ୍ଟାରି ଇଣ୍ଟରନେଟ୍ ସେବା ଦେବାକୁ ଗେହଲଟ ଘୋଷଣା କରିଛନ୍ତି ।
ଗେହଲଟ କହିଛନ୍ତି, କଂଗ୍ରେସ ପୂର୍ବରୁ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ କରି ସାରିଛି । ପୂର୍ବରୁ କୃଷିଋଣ ଛାଡ଼ ଭଳି ନିର୍ବାଚନ ପ୍ରତିଶ୍ରୁତି ମଧ୍ୟ ସଠିକ୍ ସମୟରେ ପୂରଣ ହୋଇଛି । କ୍ଷମତାକୁ ଆସିଲେ ୭ ଦିନ ମଧ୍ୟରେ କୃଷିଋଣ ଛାଡ଼ ହେବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଇଥିବା ପ୍ରତିଶ୍ରୁତି ଧାର୍ଯ୍ୟ ସମୟ ମଧ୍ୟରେ ପୂରଣ ହୋଇଥିଲା ବୋଲି ଗେହଲଟ କହିଛନ୍ତି । ଏହା ପୂର୍ବରୁ ମଧ୍ୟ ଗେହଲଟ ଏକ ରାଲିରେ ୧.୦୫ କୋଟି ପରିବାରକୁ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଦେବେ ବୋଲି ପ୍ରତିଶ୍ରୁତି ଦେଇ ସାରିଛନ୍ତି ।
More Stories
“ସୈଫ୍ ଙ୍କ ଆକ୍ରମଣ ସତ ନାଁ ଅଭିନୟ”, ରାଣେ
ମୁଖ୍ୟମନ୍ତ୍ରୀଙ୍କ ନାଁ ନାହିଁ ଭୋଟ୍ ତାଲିକାରେ
ଦେଶ ବିରୋଧି ମନ୍ତବ୍ୟ ଦେଇ ଫସିଲେ ରାହୁଲ୍