The Topmost

“The eyes believe themselves, the ears believe other people.”

ଚନ୍ଦ୍ରଗ୍ରହଣ ପାଇଁ ଫିକା ପଡିଲା କୁମାର ପୂର୍ଣ୍ଣିମା

ଆଜି କୁମାର ପୂର୍ଣ୍ଣିମା । କୁମାର ଓ କୁମାରୀ ମାନଙ୍କ ଲାଗି ପର୍ବ । ଆଜିର ଦିନରେ ଚନ୍ଦ୍ରକୁ ପୂଜାର୍ଚ୍ଚନା କରିବାର ପରମ୍ପରା ରହିଛି । କୁମାରୀ ମାନେ ଚନ୍ଦ୍ରକୁ ବନ୍ଦାପନା କରି କରି ପୂଜାର୍ଚ୍ଚନା କରିଥାନ୍ତି। ନୂଆ ପୋଷାକ ପିନ୍ଧି କୁମାରୀମାନେ ଉତ୍ସବ ପାଳନ କରିଥାନ୍ତି । ଏହି ଅବସରରେ ଘରେ ଘରେ ପିଠା ପଣା ପ୍ରସ୍ତୁତିର ପରମ୍ପରା ରହିଛି । ତେବେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଛି । ଏହାକୁ ନେଇ ସମୟ ଅନୁସାରେ ସମସ୍ତ ପରମ୍ପରା ପାଳନ କରାଯିବ । ଚନ୍ଦ୍ରଗ୍ରହଣ ପଡିଥିବାରୁ ସାମାନ୍ୟ ଫିକା ପଡିଛି କୁମାର ପୂର୍ଣ୍ଣିମା ଉତ୍ସବ ।