ବାଂଲାଦେଶ ଉପକୂଳ ଅତିକ୍ରମ କଲା ବାତ୍ୟା ହାମୁନ୍ । ଅତି ଭୀଷଣ ବାତ୍ୟା ହାମୁନ୍ ଦୁର୍ବଳ ହୋଇ ବାତ୍ୟା ଭାବେ ଉପକୂଳ ଅତିକ୍ରମ କରିଛି । ରାତି ଗୋଟାଏ ୩୦ରୁ ୨ଟା ୩୦ ମଧ୍ୟରେ ଦକ୍ଷିଣ ଚିଟାଗଙ୍ଗ ନିକଟରେ ଉପକୂଳ ଅତିକ୍ରମ କରିଛି ବାତ୍ୟା ହାମୁନ୍ । ଏହି ସମୟରେ ପବନର ଘଂଟାପ୍ରତି ବେଗ ୭୫ରୁ ୮୫ କିଲୋମିଟର ରହିଥିଲା । କିଛି ଘଂଟା ମଧ୍ୟରେ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ଏହାର ୬ ଘଂଟାରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି ମିଜୋରାମରେ ପ୍ରବଳ ବର୍ଷା ହୋଇପାରେ ।ଆସନ୍ତାକାଲି ମିଜୋରାମ୍ ଓ ତ୍ରିପୁରାର କିଛି ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଓଡ଼ିଶା ଉପକୂଳ ସମେତ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ