The Topmost

“The eyes believe themselves, the ears believe other people.”

ଗଜପତି ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍

ରାଜ୍ୟର ବିକାଶରେ ନୂଆ ଅଧ୍ୟାୟ । ଗଜପତି ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍ । ଆଜି ଗଜପତି ଜିଲ୍ଲାରେ ଚଳାଚଳ ଆରମ୍ଭ କରିଛି ଲକ୍ଷ୍ମୀ ଯୋଜନା ବସ୍‌ । ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଗଜପତି ଲାଗି ଗୌରବର ଦିନ । କିଛି ଦିନ ପୂର୍ବରୁ ଏହି ଯୋଜନା ମାଲକାନଗିରିରେ ଆରମ୍ଭ ହୋଇଥିଲା । ଏହି ଯୋଜନା ଜନଗଣଙ୍କର ଯୋଜନା । ଏହି ଯୋଜନାରେ ଗାଁକୁ ଗାଁକୁ ଯୋଡିହେବ । ଲୋକଙ୍କ ସାମାଜିକ ସମ୍ପର୍କ ମଜଭୁତ ହେବ । ଅର୍ଥନୀତି ସଶକ୍ତ ହେବ । ୧ ହଜାରରୁ ଅଧିକ ବସ୍ ଚାଲିବ । ପଞ୍ଚାୟତରେ ବିକାଶର ଧାରା ଜାରି ରହିଛି । ଯୋଗାଯୋଗ ବିକାଶର ଆଧାର । ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ । ଏହି ଯୋଜନା ଘରେ ଘରେ ଖୁସି ଆଣିବ । ବ୍ୟାଙ୍କିଙ୍ଗ, ଇଣ୍ଟରନେଟ, ଡିଜିଟାଲର ବିକାଶ ହେବ । ସଂସ୍କୃତିର ମଧ୍ୟ ବିକାଶ ହେବ । ଗଜପତିର ବିକାଶ ଆହୁରି ଉଜ୍ବଳ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ଗଜପତି ଜିଲ୍ଲାକୁ ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ୩୬ଟି ବସ୍‌ ଯୋଗାଇଛନ୍ତି ।