The Topmost

“The eyes believe themselves, the ears believe other people.”

ସମଲିଙ୍ଗୀଙ୍କ ବିବାହକୁ ମିଳିବ କି ସ୍ବୀକୃତି ?

ଦୀର୍ଘଦିନ ଧରି ଚାଲିଥିବା କଳ୍ପନାଜଳ୍ପନାରେ ଆଜି ହୋଇପାରେ ଅବସାନ । ଆଜି ସମଲିଙ୍ଗୀ ବିବାହର ଆଇନଗତ ବୈଧତା ସମ୍ପର୍କରେ ରାୟ ଦେଇପାରନ୍ତି ସୁପ୍ରିମକୋର୍ଟ । ସମଲିଙ୍ଗୀ ବିବାହ ସପକ୍ଷ, ବିପକ୍ଷ ଓ ସାମାଜିକ ବୈଧତା ସମ୍ପର୍କରେ ସୁପ୍ରିମକୋର୍ଟରେ ପଡିଥିବା ଅନେକ ପିଟିସନର ଶୁଣାଣି କରି ଗତ ମେ ମାସରେ ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ । ପ୍ରଧାନବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଏସକେ କୌଲ, ଏସଆର ଭଟ୍ଟ, ହିମା କୋଲି ଓ ପିଏସ ନରସିହ୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଚୂଡ଼ାନ୍ତ ରାୟ ଦେବା ଆଶା ରହିଛି । ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ଲାଗି ୧୮ ଜଣ ସମଲିଙ୍ଗୀ ଦମ୍ପତି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାସହ ସ୍ବତନ୍ତ୍ର ବିବାହ ଆଇନରେ ସମଲିଙ୍ଗୀ ବିବାହକୁ ବିଧିବଦ୍ଧ ବିବାହ ମର୍ଯ୍ୟାଦା ନେଇ ଘୋଷଣା କରିବାକୁ ପିଟିସନର କରିଥିଲେ ଆବେଦନ ।