The Topmost

“The eyes believe themselves, the ears believe other people.”

୧୪ ତମ ଇଣ୍ଡିଆନ ଆଇଡଲରେ ଚମକିଲେ ଓଡ଼ିଆ ପୁଅ

ମେଡିସିନରୁ ମ୍ୟୁଜିକ । ମେଡିକାଲ ଓ୍ବାର୍ଡରେ ଔଷଧ ଦେଇ ରୋଗ ଭଲ କରୁଥିବା ମଣିଷଟି ବୃତ୍ତିର ଆଢୁଆଳରେ ସଂଗୀତର ସଞ୍ଜୀବନୀ ବାଣ୍ଟୁଛି । ଆମେ କହୁଛୁ ଏମବିବିଏସ ଡାକ୍ତର ରୋହନ ବିଶ୍ବାଳଙ୍କ କଥା । ସେବା, ସୁର, ଲୟ, ତାଳର ଏକ ସୁମଧୁର ସମ୍ମିଶ୍ରଣ ରୋହନ । ରୋହନଙ୍କ ସେବାର ସାରେଗାମାପାକୁ ନେଇ ଆଜି ସାରା ଦେଶରେ ଚର୍ଚ୍ଚା । ଭୁବନେଶ୍ବରରେ ଏମବିବିଏସ ଡାକ୍ତର ଭାବେ କାର୍ଯ୍ୟରତ ରୋହନ ଏବେ ଇଣ୍ଡିଆନ ଆଇଡଲର ଆଇଡଲ୍ । ୧୪ ତମ ଇଣ୍ଡିଆନ ଆଇଡଲ ପ୍ଲାଟଫର୍ମରେ ଚମକିଛନ୍ତି ଏହି ଓଡ଼ିଆ ପୁଅ । ଅଡିସନରେ ଗୋଲ୍ଡେନ ଟିକେଟ ହାତେଇ ଥିଏଟର ରାଉଣ୍ଡରେ ପ୍ରବେଶ କରିଛନ୍ତି । ଆଉ ବନିଯାଇଛନ୍ତି ଡାକ୍ତର ସିଙ୍ଗର୍ । ଜଣେ ଡାକ୍ତରଙ୍କ ଏଭଳି ସଂଗୀତ ପ୍ରେମ ଦେଖି ଖୋଦ ବଲିଉଡ ସିଙ୍ଗର ତଥା ଇଣ୍ଡିଆନ ଆଇଡଲର ଜଜ୍ ସାନୁ ମଧ୍ୟ ପ୍ରଶଂସା କରିବାକୁ ପଛାଇନାହାଁନ୍ତି । ଏପରିକି ଭିଡିଓ କଲ୍ କରି ମେଡିକାଲ ଓ୍ବାର୍ଡରେ ଚିକିତ୍ସିତ ହେଉଥିବା କୁନିକୁନି ପିଲାଙ୍କ ସହିତ କଥା ହୋଇ ସେମାନଙ୍କୁ ଗୀତ ଗାଇ ଶୁଣାଇଛନ୍ତି ସାନୁ । ରୋହନଙ୍କ ପରି ଜଣେ ଏମବିବିଏସ ଡାକ୍ତରଙ୍କ ମ୍ୟୁଜିକ ପ୍ରେମ ଏବଂ ଇଣ୍ଡିଆନ ଆଇଡଲରେ ପହଞ୍ଚିବା ସମସ୍ତ ଜଜଙ୍କୁ ପ୍ରଭାବିତ କରିଛି  । ଢେଙ୍କାନାଳରେ ରୋହନଙ୍କ ଘର  । ପିଲାଟି ଦିନରୁ ସେ ସଂଗୀତ ଶିକ୍ଷା କରୁଥିଲେ  । ଅନେକ ସ୍ଥାନରେ ସଂଗୀତ ଗାଇ ପ୍ରଂଶସିତ ମଧ୍ୟ ହୋଇଛନ୍ତି  । ଏବେ ସେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ପେଡିଏଟିକ୍ ହଲରେ କାମ କରୁଛନ୍ତି  । ଆଗକୁ ଉଭୟ ସେବା ଓ ସଂଗୀତର ଯାତ୍ରାରେ ସଫଳତାର ସହ ଆଗେଇଯିବାକୁ ସେ ଲକ୍ଷ୍ୟ ରଖିଛନ୍ତି  ।