ଚାଷୀଙ୍କୁ ଘାରିଛି ଚକଡା ପୋକ ଭୟ 

ନିଦ ହଜାଇ ଦେଲାଣି ଚକଡା ପୋକ । ଚାଷୀଙ୍କୁ ଘାରିଛି ଚକଡା ଦାଉରୁ ଧାନ ଫସଲକୁ ବଞ୍ଚାଇବାର ଚିନ୍ତା  । ସାର, କୀଟନାଶକ ପକାଇ ନୟାନ୍ତ ହେଲେଣି ଚାଷୀ,  ହେଲେ ଚକଡା ପୋକ ଯିବାର ନାଁ ନେଉନି । ଗୋଟିଏ କ୍ଷେତରୁ ଆଉ ଗୋଟିଏ କ୍ଷେତକୁ ମାଡିଚାଲିଛି ପୋକ । ସମ୍ପୂର୍ଣ୍ଣ ଧାନ ଗଛ ନଷ୍ଟ ହେବାକୁ ବସିଥିବା ବେଳେ ଧାର କରଜ ସୁଝିବା ଚିନ୍ତାରେ ଚାଷୀକୁଳ । କିଛି ଦିନ ପୂର୍ବରୁ ଭଲ ଧାନ ଚାଷ ହୋଇ ଗଛରୁ ବାହାରୁଥିଲା ଧାନକେଣ୍ଡା। ସବୁଜୀମା ପରିବେଶ ସୃଷ୍ଟି ହୋଇ ଧାନକ୍ଷେତରେ ଗଛସବୁ ଲହରି ମାରିବା ଆରମ୍ଭ କରୁଥିବା ବେଳେ ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି ଚକଡା ପୋକ। ପ୍ରଥମେ ଗୋଟିଏ ଦୁଇଟି ସ୍ଥାନରୁ ଆରମ୍ଭହୋଇ ଏବେ ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକର ଅନେକ ଗାଁର ଶହ ଶହ ଏକର ଚାଷ ଜମିକୁ ବ୍ୟାପିଯାଇଛି ଚକଡା ପୋକ । ଚକଡା ପୋକ ଦାଉରୁ ଫସଲକୁ ବଞ୍ଚାଇବାକୁ ଚାଷୀମାନେ ଅନେକ ଉପାୟ ଆପଣେଇଲେଣି । କୃଷୀ ବିଭାଗକୁ ଯାଇ ପରାମର୍ଶ ଅନୁସାରେ ସାର,  କିଟନାସକ ଫସଲରେ ପକାଇ ଅନେକ ଖର୍ଚ୍ଚାନ୍ତ ହେଲେଣି ।  ହେଲେ ଚକଡା ରୋଗ ଦମନର ନା ଧରୁନାହିଁ । ସେପଟେ ତୁରନ୍ତ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଘସିପୁରା ବ୍ଲକ କୃଷୀ ଅଧିକାରୀ ।

SHARE BY