ଆଜି ଆଇସିସି କ୍ରିକେଟ ବିଶ୍ବକପର ହାଇଭୋଲଟେଜ ମ୍ୟାଚ୍ । ଆଜି ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର । ଅହମ୍ମଦାବାଦରେ ମ୍ୟାଚ ଖେଳାଯିବ । ଉଭୟ ଟିମ୍ ଦୁଇଟି ଲେଖାଏଁ ମ୍ୟାଚ ଖେଳି ବିଜୟ ହାସଲ କରିଛନ୍ତି । ଭଲ ରନ ରେଟ୍ ସହ ୪ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି ଉଭୟ ଟିମ୍ । ଆଜିର ମ୍ୟାଚରେ ଭାରତ ପକ୍ଷରୁ ବିରାଟ କୋହଲି, କେଏଲ ରାହୁଲ ଓ ରୋହିତ ଶର୍ମା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ପାକିସ୍ତାନ ମଧ୍ୟ ବିଶ୍ବକପର ଦୁଇଟି ମ୍ୟାଚ ଖେଳି ବିଜୟୀ ହୋଇଥିବା ବେଳେ ଦଳର ଆତ୍ମବିଶ୍ବାସ ଭଲ ରହିଛି । କ୍ୟାପଟେନ ବାବର ଆଜମ ଭାରତ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିବେ ବୋଲି ପାକିସ୍ତାନ ଫ୍ୟାନ୍ସ ଆଶା ରଖିଛନ୍ତି । ତେବେ ରିଜଓ୍ବାନଙ୍କ ପ୍ରଦର୍ଶନ ମଧ୍ୟ ପାକ ଟିମ୍ ପାଇଁ ବରଦାନ ହୋଇପାରେ ।
“The eyes believe themselves, the ears believe other people.”
More Stories
ଇଂଲଁଣ୍ଡ-ଇଣ୍ଡିଆ ମୁହାଁମୁହିଁ
ରଣଜୀ ଟ୍ରଫି ଖେଳିବେ କୋହଲି
ଖେଳରତ୍ନର ବିଜେତା ହେଲେ ଗୁକେଶ୍, ମନୁ..