ବିଶ୍ୱର ସବୁଠୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନରେ ପ୍ରଥମ ମୋବାଇଲ ଟାୱାର ନିର୍ମାଣ କରିଛି ଭାରତ । ବିଏସଏଏନଏଲ ସହ ମିଶି ୧୫ ହଜାର ୫୦୦ ଫୁଟ ଉଚ୍ଚତାରେ ମୋବାଇଲ ଟାୱାର ପ୍ରତିଷ୍ଠା କରିଛି ଭାରତୀୟ ସେନା । ଭାରତ-ପାକିସ୍ତାନ ସୀମା ଏଲଓସିରେ ଥିବା ସିଆଚେନରେ ପ୍ରବଳ ତୁଷାରପାତ ହୋଇଥାଏ । ଶୀତ ଦିନରେ ଏଠାରେ ରହିବା ସବୁଠୁ ବଡ଼ କଷ୍ଟ । କିନ୍ତୁ ଶତ୍ରୁ ଦେଶ ଉପରେ ନଜର ରଖିବା ଏବଂ ଯୋଯୋଯୋଗ କରିବା ପାଇଁ ମୋବାଇଲ ଟାୱାର ନିର୍ମାଣ କରାଯାଇଛି । ଯାହାର କିଛି ଫଟୋ ଶୋଶିଆଲ ମିଡିଆରେ ଭାରରାଲ ହେଉଛି । ଶିଳ୍ପପତି ଆନନ୍ଦ ମହିଦ୍ରା ଏହାର ଫଟୋ ମଧ୍ୟ ସେୟାର କରିଥିବା ଦେଖିବାକୁ ମିଳିଛି । ମୋବାଇଲ ଟାୱାର ପ୍ରତିଷ୍ଠା ପରେ ଯବାନମାନେ ସେମାନଙ୍କ ନିଜ ଲୋକଙ୍କ ସହ ମଧ୍ୟ କଥାବାର୍ତା ହୋଇପାରିବେ । ସେଠାରେ ମୋବାଇଲ ନେଟୱାକ ଆସୁନଥିବାରୁ ପୂର୍ବରୁ ଏଠାରେ ମୁତୟନ ଯବାନ କାହା ସହ ଯୋଗାଯୋଗ କରିପାରୁନଥିଲେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ