ବିହାରରେ ଲାଇନଚ୍ୟୁତ ହୋଇଛି ନର୍ଥ-ଇଷ୍ଟ ଏକ୍ସପ୍ରେସର ୨୧ଟି ବଗି । ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଗୁରୁତର ହୋଇଛନ୍ତି । ଗତକାଲି ରାତି ପ୍ରାୟ ୯ଟା ୩୫ରେ ବିହାର ବକ୍ସର ଜିଲ୍ଲା ରଘୁନାଥପୁର ଷ୍ଟେସନ ନିକଟରେ ଦିଲ୍ଲୀ-ହାୱଡା ରେଳ ଲାଇନରେ ରେଳ ଦୁର୍ଘଟଣା ଘଟିଥିଲା । ଦାନାପୁର ଡିଭିଜନର ବକ୍ସର- ଆରା ମଧ୍ୟରେ ଥିବା ରଘୁନାଥପୁର ଷ୍ଟେସନ ନିକଟରେ ଟ୍ରେନ୍ର ଏକ ବଗି ସମ୍ପୂର୍ଣ୍ଣ ପଲଟି ଯାଇଥିବାବେଳେ ୨୧ଟି ବଗି ଲାଇନଚ୍ୟୁତ୍ ହୋଇଯାଇଛି । ରେଳବାଇ ଅଧିକାରୀ, ଏନଡିଆର ଏଫ, ଏସଡିଆର ଏଫ, ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଅଧିବାସୀଙ୍କ ସହାୟତାରେ ଉଦ୍ଧାରକାର୍ଯ୍ୟ କରିଛନ୍ତି । ରାତିରେ ଅନ୍ଧାର ଯୋଗୁଁ ଉଦ୍ଧାରକାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଥିଲା । ଟର୍ଚ୍ଚ ଲାଇଟ୍ ମାଧ୍ୟମରେ ବଗିରେ ଫସିଥିବା ଲୋକଙ୍କୁ ଦେଖି ବାହାର କରାଯାଇଥିଲା । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ଡାକ୍ତରଖାନାକୁ ସତର୍କ ରହିବାକୁ କୁହାଯାଇଛି । ଏହି ସୁପରଫାଷ୍ଟ ଟ୍ରେନ୍ଟି ଦିଲ୍ଲୀରୁ ଗୌହାଟୀର କାମାକ୍ଷା ଅଭିମୁଖେ ଯାଉଥିଲା । ଦୁର୍ଘଟଣା ପରେ ଉକ୍ତ ମାର୍ଗରେ ସମସ୍ତ ରେଳ ଚଳାଚଳକୁ ବନ୍ଦ କରି ଦିଆଯାଇଛି।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ