The Topmost

“The eyes believe themselves, the ears believe other people.”

ଏଥର କ୍ରାଇମ ଫ୍ରି ଦଶହରା

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ । ଏବେଠୁ ଡେରା ପକାଇଲେଣି ରାଜ୍ୟ ବାହାର ଛିନତାଇ ଗ୍ୟାଙ୍ଗ । ପୂର୍ବ ବର୍ଷ ପରି ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ନଜର ରଖିବା ପାଇଁ ଗୁଇନ୍ଦା ନେଟୱର୍କକୁ କଡାକଡି କରିବା ସହିତ ସମସ୍ତ ଥାନାକୁ ଆଲର୍ଟ କରିଛନ୍ତି ଡିସିପି । ପୂଜାରେ କ୍ରାଇମ ରୋକିବାକୁ ପୋଲିସର ମାଷ୍ଟର ପ୍ଳାନ । ଏଥର ପାର୍ବଣ ହେବ କ୍ରାଇମ ଫ୍ରି । ରାଜଧାନୀରେ ଡେରା ପକାଇଲେଣି ଆନ୍ତଃରାଜ୍ୟ ଗ୍ୟାଙ୍ଗ । ପୂଜାରେ ମଉଜ କରିବେ ସହରିଆ । ଏହି ସମୟରେ ମୌକା ଦେଖି ମାତିବେ ଲୁଟେରା । ଲୁଟେରାଙ୍କୁ କାଉଣ୍ଟର କରିବାକୁ ଡିସିପିଙ୍କ ଷ୍ଟ୍ରାଟେଜି । ସମସ୍ତ ଥାନାକୁ କରାଯାଇଛି ଆଲର୍ଟ । ଗ୍ୟାଙ୍ଗ ବାବଦରେ ପୋଲିସ ଅବଗତ ଥିବା ବେଳେ ନଜର ରଖିବା ପାଇଁ ପେଣ୍ଡାଲରେ ଅଣ୍ଡର କଭର ଅଫିସର ସାଧା ପୋଷାକରେ ଜଗିବେ । ପୋଲିସର ଆଖି କାନ କୁହାଯାଉଥିବା ସ୍ପେଶାଲ ସ୍କ୍ବାର୍ଡ, ଟିମ-60 ଓ ପିଓପିଡି ଟିମ ଏବେ ଆକ୍ଟିଭ ମୋଡରେ ରହିଛନ୍ତି ।  ଲୋକଙ୍କୁ ଭେଟି ପୋଲିସ ତାର ଉପସ୍ଥିତ ଜାହିର କରୁଛି । ଗତ ବର୍ଷ ବିଭିନ୍ନ ପୂଜା ପେଣ୍ଡାଲରେ ଏମିତି କିଛି ଘଟଣା ଘଟିଥିଲା । ସେହି ଗ୍ୟାଙ୍ଗ ମାନଙ୍କୁ କମିଟି ସହାୟତାରେ ପୋଲିସ ଧରିଥିଲା । ସେହି ଫଣ୍ଡାକୁ ନେଇ ପୋଲିସ ରଣନିତୀ କରିଛି ବୋଲି ଡିସିପି କହିଛନ୍ତି । ସେପଟେ ଜେଲ ପରେଡକୁ ଜୋରଦାର କରାଯାଉଛି । କେଉଁ ସବୁ ଅପରାଧୀ ଜେଲରେ ଅଛନ୍ତି, କିଏ ଜାମିନରେ ଯାଇଛି । ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଛି ପୋଲିସ । ଷ୍ଟ୍ରିଟ କ୍ରାଇମକୁ ନେଇ ହେଲ୍ପ ଲାଇନ ନମ୍ବର 7077798111 ଜାରି ହୋଇଛି । ସଂପୃକ୍ତ ନମ୍ବରରେ ଅପରାଧିକ କାର୍ଯ୍ୟକଳାପ ନେଇ ପୋଲିସ ପାଖକୁ ଖବର ଆସୁଛି । ଯାହାକୁ ନେଇ ପୋଲିସ ଅପରାଧୀଙ୍କୁ ଧରିବାରେ ସକ୍ଷମ ହେଉଛି ।