The Topmost

“The eyes believe themselves, the ears believe other people.”

ଭୁବନେଶ୍ବରରେ ସବୁଜ, ସ୍ଵଚ୍ଛ ଏବଂ ପ୍ଲାଷ୍ଟିକ ମୁକ୍ତ ଦୁର୍ଗାପୂଜାକୁ ଗୁରୁତ୍ବ

ଚଳିତ ବର୍ଷ ଭୁବନେଶ୍ବରରେ ସବୁଜ, ସ୍ଵଚ୍ଛ ଏବଂ ପ୍ଲାଷ୍ଟିକ ମୁକ୍ତ ଦୁର୍ଗାପୂଜାକୁ ଗୁରୁତ୍ବ । ଏନେଇ ବିଏମ୍‌ସିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶାନ୍ତି ଶୃଙ୍ଖଳାରେ ଦଶହରା ପୂଜା ଅନୁଷ୍ଠିତ ପାଇଁ ଭୁବନେଶ୍ୱରର ସମସ୍ତ ପୂଜା କମିଟି ସହ ବୈଠକରେ ଆଲୋଚନା ହୋଇଛି । ରାଜଧାନୀର ୧୮୫ଟି ପୂଜା ମଣ୍ଡପରେ ପୂଜା ପାଇବେ ମାଆ ଦୁର୍ଗା । ଏଥର ଗତବର୍ଷ ତୁଳନାରେ ଆଉ ୨ଟି ନୂଆଁ ପୂଜା ମଣ୍ଡପ ସାମିଲ ହୋଇଛି । ସବୁଜ, ସ୍ଵଚ୍ଛ ଏବଂ ପ୍ଲାଷ୍ଟିକ ମୁକ୍ତ ପୂଜା କରିବା ପାଇଁ ଆହ୍ୱାନ ଦେଇଛନ୍ତି ବିଏମ୍‌ସି କମିସନର । ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ବିଏମ୍‌ସି ଅନୁରୋଧ କରିବା ସହ ସମସ୍ତ ପୂଜା ମଣ୍ଡପ ପାଖରେ ଡଷ୍ଟ ବିନ ରଖିବା ପାଇଁ ନିଷ୍ପତ୍ତି ନେଇଛି ବିଏମ୍‌ସି ।

ପୂଜା ମଣ୍ଡପ ଆଗରେ ଥିବା ରୋଡ଼୍ ଉପରେ କୌଣସି ଜିନିଷ ନପକାଇବା, ସିନିଅର ସିଟିଜନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ସମସ୍ତ ପୂଜା ମଣ୍ଡପ ପାଖରେ ରହିବ ଆମ୍ବୁଲାନ୍ସ ଓ ମେଡିକାଲ ଟିମ୍‌ । ହଜାର ହଜାର ଭକ୍ତଙ୍କ ସମାଗମ ପାଇଁ ମଣ୍ଡପ ପାଖରେ ମୋବାଇଲ ଟଇଲେଟ ଦିଆଯିବ । ୱାଟର ଟାଙ୍କର ମଧ୍ୟ ରହିବ । ପ୍ରଥମ ଥର ପାଇଁ ବିଏମ୍‌ସି ପ୍ରତି ପୂଜା ମଣ୍ଡପରେ କ୍ୟାମ୍ପ କରିବ, ଯେଉଁଥିରେ ୨୪ ଘଣ୍ଟା କର୍ମଚାରୀ ରହିବେ । ସ୍ଥାନୀୟ କର୍ପୋରେଟର ମଧ୍ୟ ଆସିବେ । ପୂଜା କମିଟିରେ ଯଦି କୌଣସି ସମସ୍ୟା ହେଲା ବିଏମ୍‌ସି ସହ ସଙ୍ଗେ ସଙ୍ଗେ ଯୋଗାଯୋଗ କରି ସମସ୍ୟା ସମାଧାନ କରାଯିବା ।

ଉକ୍ତ ବୈଠକରେ ନିଆଁ ଉପରେ ଗୁରୁତ୍ବ ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଡିଜେ ଏବଂ ଲେଜର ଲାଇଟର ବ୍ୟବହାର ଉପରେ ଧ୍ୟାନ ଦେବାକୁ ଗୁରୁତ୍ୱ ଦେଇଛି ବିଏମ୍‌ସି । ଭସାଣି ଏବଂ ବିସର୍ଜନ କେମିତି ଶୃଙ୍ଖଳିତ ହେବ ତାକୁ ଗୁରୁତ୍ୱ ଦିଆଯିବା ସହ ବିସର୍ଜନ ପାଇଁ ବଡ଼ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯିବ । ମଣ୍ଡପ ଗୁଡିକ ସ୍ୱଚ୍ଛ, ସୁନ୍ଦର ଏବଂ ପଲିଥିନ ମୁକ୍ତ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଛି । ମା’ଙ୍କ ପୂଜା କିଭଳି ଭାବରେ ସୁରକ୍ଷିତ ଏବଂ ସୁନ୍ଦର ହବ ଏବଂ ସମସ୍ତ ଶ୍ରଦ୍ଧାଳୁ ସୁରକ୍ଷିତ ଭାବରେ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିପାରିବେ ସେଥିପାଇଁ ସମସ୍ତ ବିଭାଗକୁ ନେଇ ବିଏମ୍‌ସି ବୈଠକ କରିଥିଲା ।