ସ୍କୁଲ ପରେ ଏବେ କଲେଜ ଛାତ୍ରଛାତ୍ରୀ ଶୁଣିବେ ହକି ସଫଳତାର ଗାଥା । ପ୍ରତି ସୋମବାର ଦିନ ପିଲାଙ୍କୁ ଏକାଠି କରି ହକିର ସଫଳ କାହାଣୀ ବିଷୟରେ ଅବଗତ କରାଯିବ । ଭାରତୀୟ ହକିର ପୁନରୁଦ୍ଧାର ଓ ଗୌରବ ଫେରାଇବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ସମ୍ପର୍କରେ ପିଲାଙ୍କୁ ଜଣାଯିବ । କ୍ୟାମ୍ପସରେ ହକିର ସଫଳତାକୁ ନେଇ ପୋଷ୍ଟର ମଧ୍ୟ ଲଗାଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ବେସରକାରୀ ଅନୁଦାନପ୍ରାପ୍ତ ୪୮୮ ବର୍ଗ କଲେଜ, ବେସରକାରୀ ଅନୁଦାନପ୍ରାପ୍ତ ୬୬୨ ବର୍ଗ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । ଏହି ଚିଠିରେ ହକି ନେଇ ଲେଖାଯାଇଥିବା ଏକ ବାର୍ତ୍ତା ଓ ପୋଷ୍ଟରର ଫର୍ମାଟ ଦିଆଯାଇଛି । ପ୍ରତି ସୋମବାର କଲେଜ କ୍ୟାମ୍ପସରେ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ସନ୍ଦେଶ ପଢି ଶୁଣାଇବାକୁ କୁହାଯାଇଛି । ଏକାଠି ହୋଇଥିବା ଛାତ୍ରଛାତ୍ରୀଙ୍କୁ ଚକ୍ଲେଟ୍ କିମ୍ବା ମିଠା ବଣ୍ଟନ କରାଯିବ । ଏହି ଖର୍ଚ୍ଚ କଲେଜ କଂଟିଜେନ୍ସି ଫଣ୍ଡରୁ ବହନ କରାଯିବ ।
More Stories
IPL 2025, 2026 ଏବଂ 2027 ପାଇଁ ତାରିଖ ଘୋଷଣା କଲା ବିସିସିଆଇ
ଜାଣନ୍ତୁ ଟପ୍ 30 IPL 2025 ଖେଳାଳିଙ୍କ ତାଲିକା, ଦଳ ଓ ଦାମ୍
IPL 2025 ରେ କଣ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ର ଟାର୍ଗେଟ୍