ଦିଲ୍ଲୀରେ ଆମ ଆଦମୀ ପାର୍ଟି ବିଧାୟକଙ୍କ ଘରେ ଇଡି ରେଡ୍ । ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ କରିଛି । ଅର୍ଥ ହେରଫେର ସହ ଅନ୍ୟ କିଛି ମାମଲାରେ ମଧ୍ୟ ଏହି ରେଡ୍ ଚାଲିଥିବା ସୂଚନା ମିଳିଛି । ପିଏମଏଲଏ ଆକ୍ଟ ଅନୁଯାୟୀ ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଖାନତଲାସି କରିଛି ଇଡି । ଦିଲ୍ଲୀର ଓଖଲା ନିର୍ବାଚନମଣ୍ଡଳୀରୁ ଆମ ଆଦମୀ ପାର୍ଟି ବିଧାୟକ ଅଛନ୍ତି ଅମାନତୁଲ୍ଲା ଖାନ । ଦିଲ୍ଲୀର ଆଣ୍ଟି କରପସନ ବ୍ୟୁରୋ ଏବଂ ସିବିଆଇର ଏତଲାକୁ ନେଇ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା